STORYMIRROR

Anirudha Kund

Inspirational

3  

Anirudha Kund

Inspirational

ଭୁଲ ବୁଝା ମଣା

ଭୁଲ ବୁଝା ମଣା

1 min
258


ଆମ ସଂସ୍କୃତିର ଭୁଲ ବୁଝା ମଣା

   ଆଣିଅଛି ବିପର୍ଯୟ

 ବିଜ୍ଞାନ ଗର୍ବକୁ ଭୁତାଣୁ ଭାଙ୍ଗିଛି

   ପ୍ରକୃତି କରିଛି ଜୟ ॥୧॥


ଆବଶ୍ୟକ ଠାରୁ  ଚାହିଁଲେ ଅଧିକ

   ହୁଏ ଭୁଲ ବୁଝା ମଣା

ପାଇବ କଷଣ ବହୁ ଅପମାନ

    ଭାଙ୍ଗିବ ଗରବ ଫଣା ॥୨॥


ପ୍ରଶଂସା ଶୁଣିବ ନିନ୍ଦା ବି ସହିବ

    କରିଥିଲେ କିଛି କାମ

ଭୁଲ ବଝା ମଣା ହୋଇଲେ ଜଳିବ

   ସ୍ନେହ ଶ୍ରଦ୍ଧା ସେବା ପ୍ରେମ ॥୩॥


ନିନ୍ଦୁକ ବନ୍ଧୁକ ଘୁରୁଥାଏ ସଦା

   ଦେବନାହିଁ ତାକୁ ଧ୍ୟାନ

ଭୁଲ ବୁଝା ମଣା ହୋଇଯିବ ପୁଣି  

   ପାନରୁ ଖସିଲେ ଚୁନ ॥୪॥


ଆତ୍ମା ଅବିନାଶୀ ଅଜର ଅମର

  କ୍ଷଣସ୍ଥାୟୀ ଏହି ଦେହ

ଭୁଲ ବୁଝାମଣା ମନରୁ ହଟଅ

   ଛାଡ ପ୍ରଶଂସାର ମୋହ ॥୫॥


ଭୁଲ ବୁଝା ମଣା ହେବନାହିଁ କେବେ

    ଜ୍ବାହାରେ ରଖିଲେ ଧ୍ୟାନ

କହିବା ପୂର୍ବରୁ କରିବ ଆୟତ 

   ନିଜ ନିଜର ବଚନ ॥୬॥


ନବୁଝି ନଚିନ୍ତି କହିବନି କିଛି

    ସବୁ କଥା ପରଖିବ

ଭୁଲ ବୁଝା ମଣା ହୋଇବନି କବେ

   ନଥିଲେ ପ୍ରଂଶସା ଲୋଭ ॥୭॥


ଉଚ୍ଚାରଣ ଆଉ ଆଚରଣ ଯଦି

   କରିବ ଏକୀକରଣ

ଭୁଲ ବୁଝା ମଣା ଖାଇବନି ତୁମ

   ହସଖୁସିର ଜୀବନ ॥୮॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational