ଲଣ୍ଠନ
ଲଣ୍ଠନ
ଲଣ୍ଠନ ବତୀ ଅନ୍ଧକାରର ହୋଇଥାଏ ସାଥୀ,
ପ୍ରଜ୍ବଳିତ ହୋଇ ସଳିତାଟି ଜଳେ ରାତି ରାତି।
ସେଦିନ ଲୋକେ ଜାଣିଥିଲେ ଲଣ୍ଠନ ର ମହତ ପ୍ରୀତି,
ପଡୁନି ମନେ କାହାର ପାଇ ବିଜୁଳି ବତୀ।
ଯାହାର ଭରସାରେ ଦିନେ ଦୂର ପଥେ ହେଲା ଯାତ୍ରୀ,
ନିଶି ନିବାରଣ କରୁଥିଲା ସାଜି ଯାହାର ମୈତ୍ରୀ।
ସ୍ୱାର୍ଥ ସରିଗଲେ ତାକୁ କରିଦେଲ ପର,
ଯେ କାଳେ ବିଜୁଳି ଯିବ ହୋଇବ ତା ପରେ ନିର୍ଭର।
ଜେଜେ ଜେଜେବାପା ଚାରିପୁରୁଷ ଲଣ୍ଠନ ରେ ପାଠ ପଢି,
ବଡ଼ ପଦ ପଦବୀରେ ସ୍ଵୟଂ ହୋଇଛନ୍ତି ଗଢି।
ମନ ସ୍ଥିର କରି ପଢେ ପାଠ ଲଣ୍ଠନ ରେ,
ପାଶେ ଥିଲେ ବତିଟିଏ ନଥାଏ ଭୟରେ।
ସମାଜ ରେ ଆଜି ଲଣ୍ଠନ ଅଦୃଶ୍ୟ ପ୍ରାୟ,
ଭଳି ଭଳି ଆଲୋକରେ ସବୁଠି ସୁସଜ୍ଜିତ ମୟ।
ଦୃଷ୍ଟି ଶକତି ହରାନ୍ତି ନିତି ଲକ୍ଷ ଲକ୍ଷ ବାଳା,
ସବୁ ଅଙ୍କୁଶ ଲଗେଇ ଦେଇଛି ଏ କାଳେ ବତୀ ଚପଳା।
ବିଜୁଳି ତାରରେ ଲାଗି ସହସ୍ର ଜୀବନ ହରାନ୍ତି,
ଲଣ୍ଠନ ବତୀର ସ୍ୱାଭିମାନ ରଖ ହୋଇଣ ଶାନ୍ତି।