STORYMIRROR

Surjyakanta Dash

Inspirational

3  

Surjyakanta Dash

Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
169


ତୁମେ କି ବୁଝିବ ମଣିଷ ପାମର

ଛନ୍ଦୁଛି ତୁମକୁ କାହା ପାଇଁ,

ଏକାଗ୍ର ଚିତ୍ତରେ ଦେଖି ଦେଲେ ମୋତେ

ଛନ୍ଦି ହେବ ସାରା ଜୀବନ ପାଇଁ ।୧।


ଧନ୍ଦି ହୋଇ ତୁମେ ସଂସାରେ ମଣିଷ

ଭୁଲୁଛ କି ମୋତେ ଆଜି,

ଯିଏ ସଂସାରେ ରହି ମୋତେ ଡାକେ

ମୋର ପାଦତଳେ ସ୍ଥାନ ପାଇଛି ।୨।


ହେ ମୂଢ ମାନବ ଆଖି ଉଠାଇ କି ଥରେ

ଦେଖିନିଅ ଏହି ସଂସାର ବାରି,

କେହି ରହି ନାହିଁ ରହିବେ ନାହିଁ ଟି

ମୋତେ ଏକା ଛାଡ଼ି କରି ।୩।


ଯେତେ ବାସନାର ଅତର ବୋଳିଲେ

ଏ ରଙ୍ଗ ରହିବ କି ସବୁଦିନ,

ସବୁ ରଙ୍ଗ ଛାଡ଼ି ମୋ ରଙ୍ଗ ଵୋଳିଲେ

ରହି ରହିଥିବ ମୋ ସଙ୍ଗେ ସବୁଦିନ ।୪।


ହୃଦୟରୁ ମୋତେ ଡାକି ଦେଲେ ଥରେ

ଦେଖି ଦେଇ ମୋର କଳା ଶ୍ରୀମୁଖ,

ସଂସାର ତରୀରୁ ସବୁଦିନ ପାର କରିଦେବି

ହରିବି ତୁମର ସଂସାର ଦୁଃଖ ।୫।


ମୋହ ମୋହଗ୍ରସ୍ଥ ହେଲେ ସଂସାରେ

ଶୂନ୍ୟ ହୋଇଯିବ ତୁମ ହସ୍ତ,

ଲୁହ, ଲହୁ ଏକାକାର ହୋଇ ନଦୀ ଝର

ଜୀବନ ତମାମ ଝରୁଥିବ ।୬।


ଅହଂ ଅହଙ୍କାର ବିଷକୁ ଛାଡ଼ି

ବଞ୍ଚ ଏଠି ଛନ୍ଦହୀନ ଜୀବନେ,

ମୋ ବିନା ତୁମର ଗତି ନାହିଁ ଏଠି

ମୁଁ ଏକା ତୁମର ଗତିର ମାନେ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational