STORYMIRROR

taptimayee Pandamishra

Inspirational

3  

taptimayee Pandamishra

Inspirational

ଗୋଧନର ସୁରକ୍ଷଣେ

ଗୋଧନର ସୁରକ୍ଷଣେ

1 min
197


କାହ୍ନାର ବଇଁଶୀ ବାଜୁଛି ଯେସନେ

ଗୋ ମାତା ଆସୁଛି ଧାଇଁ

କଳା କହ୍ନାଇକୁ ଆଉଁସି ଦେଉଛି

କାହ୍ନା ପାଇଁ ମନ ବାଇ ।।

ଗୋମାତା ଦେହରେ ଆବୋରି ଅଛନ୍ତି

ସର୍ବ ଦେବାଦେବୀ ମାନ

ନିରୀହ, ସରଳ ଜୀବନ ତାହାର

ପର ଉପକାରେ ମନ ।।

ନିଜ ସ୍ତନରୁ ସେ କ୍ଷୀର ଢାଳି ଦିଏ

ମାତୃତ୍ୱ ପରଶ ଦେଇ

ବଳିଷ୍ଠ କରାଏ ମାନବ ସମାଜେ

ଅମୃତ ସୁଧା ଚଖାଇ ।।

ଗୋଧନ ଠାରୁ ତ' ବଡ ଧନ ନାହିଁ

ବଢାଏ ଆମରି ଧନ

ସର ଓ ଲବଣୀ ଗୋବର ତାହାର

ଉପକାରେ ଲାଗେ ଜନ ।।

ସ୍ୱାର୍ଥୀ ମଣିଷଟି ପାଳେ ସଦାକାଳେ

ପାଇବାକୁ ତାହାଠାରୁ

ବୃଦ୍ଧକାଳେ ସିଏ ଘଉଡାଇ ଦିଏ

ବୋଝ ଭାବି ତାକୁ ଘରୁ ।।

ଜାଗ୍ରତ ହୁଅ ହେ ସମସ୍ତ ମାନବ

ଗୋଧନର ସୁରକ୍ଷଣେ

ଢାଳିଦେବ ସିଏ ତୁମରି ଜୀବନେ

ଆଶୀର୍ବାଦ ଅନୁକ୍ଷଣେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational