The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

taptimayee Pandamishra

Inspirational

3  

taptimayee Pandamishra

Inspirational

ଗୋଧନର ସୁରକ୍ଷଣେ

ଗୋଧନର ସୁରକ୍ଷଣେ

1 min
183



କାହ୍ନାର ବଇଁଶୀ ବାଜୁଛି ଯେସନେ

ଗୋ ମାତା ଆସୁଛି ଧାଇଁ

କଳା କହ୍ନାଇକୁ ଆଉଁସି ଦେଉଛି

କାହ୍ନା ପାଇଁ ମନ ବାଇ ।।

ଗୋମାତା ଦେହରେ ଆବୋରି ଅଛନ୍ତି

ସର୍ବ ଦେବାଦେବୀ ମାନ

ନିରୀହ, ସରଳ ଜୀବନ ତାହାର

ପର ଉପକାରେ ମନ ।।

ନିଜ ସ୍ତନରୁ ସେ କ୍ଷୀର ଢାଳି ଦିଏ

ମାତୃତ୍ୱ ପରଶ ଦେଇ

ବଳିଷ୍ଠ କରାଏ ମାନବ ସମାଜେ

ଅମୃତ ସୁଧା ଚଖାଇ ।।

ଗୋଧନ ଠାରୁ ତ' ବଡ ଧନ ନାହିଁ

ବଢାଏ ଆମରି ଧନ

ସର ଓ ଲବଣୀ ଗୋବର ତାହାର

ଉପକାରେ ଲାଗେ ଜନ ।।

ସ୍ୱାର୍ଥୀ ମଣିଷଟି ପାଳେ ସଦାକାଳେ

ପାଇବାକୁ ତାହାଠାରୁ

ବୃଦ୍ଧକାଳେ ସିଏ ଘଉଡାଇ ଦିଏ

ବୋଝ ଭାବି ତାକୁ ଘରୁ ।।

ଜାଗ୍ରତ ହୁଅ ହେ ସମସ୍ତ ମାନବ

ଗୋଧନର ସୁରକ୍ଷଣେ

ଢାଳିଦେବ ସିଏ ତୁମରି ଜୀବନେ

ଆଶୀର୍ବାଦ ଅନୁକ୍ଷଣେ ।।



Rate this content
Log in