ଭକ୍ତି ପ୍ରେମାମୃତ ସିନ୍ଧୁ
ଭକ୍ତି ପ୍ରେମାମୃତ ସିନ୍ଧୁ
ଛଳିଆ ନାଗର ମୋ କଳା ଠାକୁର
ବଜାରେ ମୋହନ ବଂଶୀ
ଡାକୁଥିବ ସିଏ ମୋ ନାମକୁ ଧରି
ଶୁଣୁବି ମୁଁ କଳାଶଶୀ ।।
ନାହିଁ ତ' ଏଇଠି ଯମୁନାର କୂଳ
ଅବା ସେ କୁଞ୍ଜ କାନନ
ନାହିଁ ପୁଣି ଏଠି କଦମ୍ବ ବୃକ୍ଷଟି
ନାହିଁରେ ସେ ମଧୁବନ ।।
ନାହାଁନ୍ତି ସେ ସଖୀ ଗୋପୀ ଗୋପାଙ୍ଗନା
ହେବୁ ନାହିଁ ଆନମନା
ଜଗି ମୁଁ ବସିଛି ବାଟକୁ ଚାହିଁଛି
ଆ ଆରେ କାଳିଆ ସୁନା ।।
କରିଛି ମନକୁ ଗୋପ ବୃନ୍ଦାବନ
ହୃଦୟ ମୋ ମଧୁବନ
ନୟନ ମୋହର ଯମୁନାର କୂଳ
ଧୋଇଦେବି ତୋ' ଚରଣ ।।
ଆତ୍ମା ରାଧା ସଙ୍ଗେ ରାସ ରଚିଯିବୁ
ମିଳନ ବାସୁଁରୀ ବାଇ
ତଲ୍ଲିନ ହୋଇବ ସାରା ଅଙ୍ଗ ମୋର
ତୋତେ ପାଇରେ କହ୍ନାଇ ।।
ଅଭିସାରିକା ମୁଁ ସାଜିଅଛି ତୋର
ଆସିବା ପଥକୁ ଚାହିଁ
ନାଚିବି ତୋ ' ସାଥେ ଛନ୍ଦି ହୋଇ ହାତେ
ହୃଦୟେ ହୃଦ ମିଶାଇ ।।