STORYMIRROR

taptimayee Pandamishra

Inspirational Others

4  

taptimayee Pandamishra

Inspirational Others

ଭକ୍ତି ପ୍ରେମାମୃତ ସିନ୍ଧୁ

ଭକ୍ତି ପ୍ରେମାମୃତ ସିନ୍ଧୁ

1 min
330


ଛଳିଆ ନାଗର ମୋ କଳା ଠାକୁର

ବଜାରେ ମୋହନ ବଂଶୀ

ଡାକୁଥିବ ସିଏ ମୋ ନାମକୁ ଧରି

ଶୁଣୁବି ମୁଁ କଳାଶଶୀ ।।

ନାହିଁ ତ' ଏଇଠି ଯମୁନାର କୂଳ

ଅବା ସେ କୁଞ୍ଜ କାନନ

ନାହିଁ ପୁଣି ଏଠି କଦମ୍ବ ବୃକ୍ଷଟି

ନାହିଁରେ ସେ ମଧୁବନ ।।

ନାହାଁନ୍ତି ସେ ସଖୀ ଗୋପୀ ଗୋପାଙ୍ଗନା

ହେବୁ ନାହିଁ ଆନମନା

ଜଗି ମୁଁ ବସିଛି ବାଟକୁ ଚାହିଁଛି

ଆ ଆରେ କାଳିଆ ସୁନା ।।

କରିଛି ମନକୁ ଗୋପ ବୃନ୍ଦାବନ

ହୃଦୟ ମୋ ମଧୁବନ

ନୟନ ମୋହର ଯମୁନାର କୂଳ

ଧୋଇଦେବି ତୋ' ଚରଣ ।।

ଆତ୍ମା ରାଧା ସଙ୍ଗେ ରାସ ରଚିଯିବୁ

ମିଳନ ବାସୁଁରୀ ବାଇ

ତଲ୍ଲିନ ହୋଇବ ସାରା ଅଙ୍ଗ ମୋର

ତୋତେ ପାଇରେ କହ୍ନାଇ ।।

ଅଭିସାରିକା ମୁଁ ସାଜିଅଛି ତୋର

ଆସିବା ପଥକୁ ଚାହିଁ

ନାଚିବି ତୋ ' ସାଥେ ଛନ୍ଦି ହୋଇ ହାତେ

ହୃଦୟେ ହୃଦ ମିଶାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational