ଆତ୍ମା
ଆତ୍ମା


ଶରୀରରେ ବନ୍ଧା ମୋ ଏ ଆତ୍ମା
ଲାଗୁଛି ମୋତେ ଏ ମୋ ଶରୀର ଏକ ପିଞ୍ଜରା
ଆତ୍ମା ତ ଏକ ମୁକ୍ତ ଚଢେଇ ସଦୃଶ୍ୟ ପରା
ବନ୍ଧା ହୋଇଛି ଏ ପିଞ୍ଜରା ରୂପୀ ଶରୀରରେ ପରା।
ଆତ୍ମାର ମନ ଉଡିବାକୁ ଖୋଲା ଆକାଶରେ
ହେଲେ ଏ ଶରୀର ଧରି ରଖିଛି ଏହି ଧରା ପୃଷ୍ଠରେ
ଏ ଶରୀର ଦିନେ ନା ଦିନେ ହୋଇବ ମର
ହେଲେ ଏ ଆତ୍ମା ଯେ ସବୁଦିନ ପାଇଁ ଅମର।
ଗଙ୍ଗା ଜଳରେ ଗାଧୋଇଲେ ଶରୀର ହୁଏ ପବିତ୍ର
ନିଜ କର୍ମ ଦ୍ୱାରା ହିଁ ଏ ଆତ୍ମା ହୋଇ ଥାଏ ପବିତ୍ର
ଏ ଧରା ପୃଷ୍ଠରେ ଶରୀର ଆଉ ଆତ୍ମା ପାଇ ଥାନ୍ତି ସୁଖ ଓ ଦୁଃଖ ଏବଂ କଷ୍ଟ
ସେଥିରେ ନ ଥାଏ ଭୁଲ ଶରୀରର
ଏହା ହେଉଛି କର୍ମଫଳ ଆତ୍ମାର।
ଆତ୍ମାର କର୍ମଫଳରୁ ହୋଇ ଥାଏ ସ୍ୱର୍ଗପ୍ରାପ୍ତ
ତ ତାହା ବେଳେ ବେଳେ ଦେଇ ଥାଏ ଯନ୍ତ୍ରଣା ନର୍କର
କର୍ମ ଦ୍ଵାରା ମୁକ୍ତି ହୋଇ ଥାଏ ଆତ୍ମାର।
ସେଥିପାଇଁ ଭଗବାନ କହିଛନ୍ତି ନିଭାଇ ଚାଲ ଦାୟିତ୍ୱ ଆପଣାର
ଆଉ କରିଚାଲ କର୍ମ ନିଜର
ନ କରି ଆଶା ଫଳର
ରଖିବାକୁ ହିସାବ ପାପ ପୂଣ୍ୟର
ସଦା ତତ୍ପର ହୋଇ ବସିଛନ୍ତି ଈଶ୍ୱର
ଦେବାକୁ କର୍ମଫଳ ଆତ୍ମାର।