STORYMIRROR

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ଦୁର୍ଘଟଣା

ଦୁର୍ଘଟଣା

1 min
215


ଦୁର୍ଘଟଣା ଏକ ଆକସ୍ମିକ ଘଟଣା

କିଏ କହେ କ'ଣ ହେବ ?

କେତେବେଳେ ହେବ କିପରି ହୋଇବ

କିଏ ଅବା ଏ କହିବ ?


ଦୁର୍ଘଟଣା ରୂପ ତାହାର ସ୍ଵରୁପ

ଜଣା ନଥାଏ କାହାକୁ,

ଫଳାଫଳ କଥା ଦୁର୍ଘଟଣା ପରେ

ଜଣାପଡେ ସମସ୍ତଙ୍କୁ ।


ଆଖି ପଲକରେ ଘଟିଯାଏ ସବୁ

କିପରି ହେଲା ଅଜଣା,

କ୍ଷଣିକେ ବଞ୍ଚଇ କ୍ଷଣିକେ ମରଇ

ବାଟ ହୋଇଯାଏ ବଣା ।


ଯମର ଭିଆଣ ଭାଗ୍ୟର ଲିଖନ

ପାଣି ଫୋଟକା ଜୀବନ,

ଜୀବେ ଥିଲେ ପ୍ରାଣ ଜଣାପଡେ ସବୁ

କ୍ଷଣିକେ ହୁଏ ମରଣ ।


ଯମର ଫାଶରେ ପଡ଼ିଯାଏ ଚୁଟି

ଆସେ ଦୁର୍ଘଟଣା ଯେବେ,

ବ୍ରହ୍ମା ବି ସେଥିରୁ ବାଦ୍ ନ ପଡନ୍ତି

ଖସି ନ ପାରଇ ତେବେ ।


କିଏ ମରିଥାଏ ଗାଡିରୁ ପଡିଣ

ଗଛେ ଚଢି କିଏ ମରେ,

କିଏ ଖାଇ ପିଇ ମରି ଶୋଇଥାଏ

ଦୁର୍ଘଟଣା କହି ତା'ରେ ।


କିଏ ସେ ଖଣ୍ଡିଆ କିଏ ବିକଳାଙ୍ଗ

କେ ପୁଣି ହୁଏ ଅଚେତ,

ଦୁର୍ଘଟଣା ଏକ ଦୁଃଖଦ ଅବସ୍ଥା

କେ କହି ପାରିବ ସତ ।


ଦୋଷାରୋପ ହୁଏ ଆଲୋଚନା ହୁଏ

ଦୁର୍ଘଟଣାଟି ଘଟିଲେ,

କିଏ ପୁଣି ଭୁଲ କାହାର ନିର୍ଭୁଲ

ଯିଏ ଯାହାର କହିଲେ।


ସବୁ ଭୁଲ ହୁଏ ସବୁ ଠିକ୍ ହୁଏ

ଯମର ନିୟମ ଆଗେ,

ଦୁର୍ଘଟଣା କଥା କହି ନ ହୁଅଇ

କିଏ ମରେ କିଏ ଜାଗେ ।


ମଣିଷ ଜୀବନେ ଛୋଟ ବଡ଼ ହୋଇ

ଦୁର୍ଘଟଣା ଘଟିଥାଏ,

ଧର୍ମ ହୁଏ ଜୟୀ ପାପୀ ମରେ ଏଠି

କର୍ମ ଫଳ ଭୋଗ ହୁଏ ।



Rate this content
Log in

Similar oriya poem from Inspirational