ଆଚରଣ ଉଚ୍ଚାରଣ
ଆଚରଣ ଉଚ୍ଚାରଣ
ଭାବରେ ଆମର ଅମୄତର ଧାର
ବଚନରେ ମଧୁ ସୁଧା,
ଅଚିହ୍ନା ମଣିଷ ହୋଇଯାଏ ଚିହ୍ନା
ବନ୍ଧୁତ୍ଵେ ନଥାଏ ବାଧା ।
ଉଚ୍ଚାରଣେ ଯଦି ରହିଲା ଅଶୁଦ୍ଧି
ଗରଳ ପଡଇ ଝରି,
ସମ୍ପର୍କର ମାନ ହୋଇଥାଏ ନ୍ୟୁନ
ମିତ୍ର ବି ହୁଅଇ ଅରି ।
ଶୁଦ୍ଧ ଆଚରଣେ ମାନ ନିର୍ଦ୍ଧାରଣ
ଶିକ୍ଷା ଦୀକ୍ଷା ପରମ୍ପରା,
ଦୄଶ୍ୟ ହେଉଥାଏ ମହତପଣିଆ
ନିରିମଳ ଚିନ୍ତାଧାରା ।
ସେହି ଆଚରଣ ହେଲେ ଅଶାଳୀନ
ଶତ ଶତ ଆତ୍ମା କ୍ଷତ,
ପଦବୀ ଓ ଧନ ତୁଚ୍ଛା ଅଭିମାନ
ମ୍ରିୟମାଣ ସୄଷ୍ଟିତାତ ।
ଆଚରଣ ସୁଧା ଉଚ୍ଚାରଣ ମଧୁ
ପ୍ରଭୁଦତ୍ତ ଦିବ୍ୟଜ୍ଞାନ,
ଆଦରି ପାରିଲେ ବ୍ୟବହାରେ ତାଙ୍କୁ
ମହତ ହୁଅଇ ଜନ ।