STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
184

ସରଳ ନିଷ୍କପଟ ଛନ୍ଦହୀନ ଜୀବନ

ଅବିଶ୍ୱାସ ରହିତ 

ଯେଉଁଠି କେବଳ ବସା ବାନ୍ଧିଛି

ବିଶ୍ୱାସ ଖାଲି ବିଶ୍ୱାସ

ଜୀବନର ଚାରି ଅବସ୍ଥା ଭିତରେ

ଯେମିତି ଶୈଶବର ପରିପ୍ରକାଶ।

ଅସୂୟା, ଦ୍ଵେଷ, ପରଶ୍ରୀକାତରତା

ଉର୍ଦ୍ଧ୍ବରେ ରହି

ଖୁସି ବାଣ୍ଟୁଥିବା ଜୀବନ

ଅନ୍ୟର ଖୁସିରେ ଖୁସି

ଆଉ ଦୁଃଖରେ ଦୁଖୀ ହୁଏ

ଜୀବନକୁ ବାଜି ଲଗାଇ

ପରସେବା କରେ ।

ନିଷ୍କପଟତାର ସୁଯୋଗରେ

କପଟୀ କପଟତାର ଜାଲ ବିଛାଏ

ଅଭିନୟରେ ବିଶ୍ୱାସ ଜନ୍ମାଇ

ମନ ଜିଣେ

ଛନ୍ଦ କପଟ ବୁଝୁ ନଥିବା ସିଏ

ବ୍ଲକ୍-ହୋଲର ଆକର୍ଷଣ

ମହାଜାଗତିକ ବସ୍ତୁକୁ

ନିଜ ଗର୍ଭକୁ ନେଲାପରି

ଆକର୍ଷିତ ହୁଏ,

ଜାଣିବା ବେଳକୁ

ଯନ୍ତ୍ରଣାର ଜତୁ ଗୃହେ

କପଟତା ଦାବାଗ୍ନିରେ

ଦାଉଦାଉ ଜଳୁଥାଏ

ତଥାପି ତା'ବିଶ୍ୱାସ ନିଶ୍ଵାସରେ ଥାଏ ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational