STORYMIRROR

padmaja pati

Abstract

2  

padmaja pati

Abstract

ଦୀପଟିଏ ମୁଁ

ଦୀପଟିଏ ମୁଁ

1 min
216

ଛୋଟ ଦୀପଟିଏ ଜଳିବା ଶିଖିଛି

ତାତି ଉଠେ ମୋର ଦେହ

ମାଟିରେ ହେଉ କି ପିତ୍ତଳ ତିଆରି

ମୋ ପରି କେ ଅଛି କୁହ?

ନିଜକୁ ଜାଳି ମୁଁ ଦେଉଛି ଆଲୋକ

ଅନ୍ଧକାର ହୁଏ ଦୂର

ଆକାଶେ ରାତିରେ ଦିଶଇ ତାରକା

ଶୋଭା ମୁଁ ବସୁନ୍ଧରାର l

ମନେ ମୋର ତିଳେ ନାହିଁ ଅଭିମାନ

ଲାଗୁଛି ତୁମ କାମରେ

ଅପାର ଆନନ୍ଦ ପାଉଛି ସେଥିରୁ

ପୂଜିଛି ବିଭୁ ପୟରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract