Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Tragedy

2  

Writer Roja Panda

Tragedy

ଭୟଙ୍କରୀ ନଦୀ

ଭୟଙ୍କରୀ ନଦୀ

1 min
6.8K



ରୋଜା ପଣ୍ଡା


ଫୁଲି ଫୁଲି କାନ୍ଦେ ବେଗବତୀ ନଦୀ

କ୍ଷେତ ଉଜୁଡିଯାଇ ଉଛନ୍ନ ହୁଏ ବସତି ।


ଛୁଟି ଆସେ କରାଳ ଲହରୀ ମୃତ୍ୟୁର

ଅନହୁତି ବର୍ଷା ବତାସ ଅନ୍ଧାର ।


ଚିରସୁନାବ୍ୟା ଧାରା ଖରସ୍ରୋତାର

ବିପଦ ଅଜାଡେ ହୋଇ ପ୍ରଖର ।


ଚାଷୀ ହାହାକାର ହୋଇ କାନ୍ଦଇ

ଫସଲ ସବୁ ତା ଯାଉଛି ଧୋଇ ।


ଟାଙ୍ଗରା ଭୁଇଁରେ ଝାଳ ବୁହାଇ

ଖଟୁଥିଲା ରକ୍ତ ପାଣି ଫଟେଇ ।


ଚାନ୍ଦିପୁର ତୋପ ପରି କରି ଗରଜନ

ମେଘ ବି ସାହାରା ଦିଏ ନଦୀକୁ ନେବାପାଇଁ କେତେ ଧନ ଜୀବନ ।


ମୃତ୍ୟୁର ସମ୍ବାଦ ଦିଏ ବାଲିଚର କ୍ଷେତ

ନଦୀ ଫେରି ଆସି କରେ ଉଜ୍ଜୀବିତ ।


ମାଟି ପାଣି ପବନ ଆଲୋକ ମହାନ୍ଧକାର

ଓଃ ବିରାଟ ସ୍ବୀକାରୋକ୍ତି ଜନ୍ମ ମୃତ୍ୟୁର ।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in

Similar oriya poem from Tragedy