ଝରକା ଫାଙ୍କରେ ଅନେକ କଥା
ଝରକା ଫାଙ୍କରେ ଅନେକ କଥା
ଝରକା ଫାଙ୍କରେ ଅନେକ କଥା
ସେତ ଶୂନଶାନ୍ ବିଭାବରୀ ଗାଥା,
କୁମୁଦ ଶଶୀର ଗୋପନ ପ୍ରଣୟ
ଆଃ,ମନେ ଭରେ ସତେ ବ୍ୟଥା ।
ସ୍ନିଗ୍ଧ ସମୀରେ ଅସରା ବର୍ଷାର
ଉଡିଆସେ କିଛି ଛିଟା,
ମନର ସ୍ମୃତିର ଝରକା ଭିତରୁ
ଉଙ୍କିମାରେ କିଛି ଅତୀତପୃଷ୍ଠା ।
ସେ ଅତୀତେ ଅଛି କେତେ ଅନୁଭୂତି
ମନେ ଆଣେ ପ୍ରୀତି ଭାବ
ଅମାନିଆ ଅଶ୍ରୁ ଝରିବା ପୂର୍ବରୁ
ବନ୍ଧ ବାନ୍ଧିବାକୁ ହେବ ।
