କନ୍ୟା
କନ୍ୟା
ମୁଁ କନ୍ୟା ବୋଲି
କେଉଁ ମାଆ ମୋତେ
ଆଞ୍ଜୁଳା ଆଞ୍ଜୁଳା ସ୍ନେହର
ପଣତରେ ଢାଙ୍କି ଦେଇଥାଏ.... ।
ପୁଣି କେଉଁ ମାଆ
ଜନ୍ମ ଦେଇ ଛାଡି
ଦେଇଥାଏ ରାସ୍ତାକଡ଼ରେ ତ
ପୁଣି ଡଷ୍ଟବିନରେ... ।
ବାପାଙ୍କ କଡ଼ା ଆକଟ
ଶାସନ ଭିତରେ ଢେର
ସାରା ଅନାବିଳ ଭଲପାଇବା
ପରଶି ଦିଅନ୍ତି... ।
କେଉଁ ବାପା କନ୍ୟା
ସନ୍ତାନ ବୋଲି କେବେ
ମାତ୍ରୁ ଗର୍ଭରୁ ତ କେବେ
ପୁଣି ଦୁନିଆକୁ ଆସିଲା
ପରେ ବି ତାଙ୍କ ଯୋଡ଼ା
ହସ୍ତରେ ମାରିବାକୁ
କୁଣ୍ଠାବୋଧ ନ କରନ୍ତି... ।
ଭାଇ ଯିଏ ଭଗିନୀର
ଦୁଃଖର ସମୟେ ସୁଖର
ସାହାରା ବିପଦରେ ରକ୍ଷା
କବଚ ସାଜି ଦିଅଇ ସୁରକ୍ଷା... ।
କେଉଁ ଭାଇ ଭଉଣୀ ପାଇଁ
କରଇ କପଟ ମନ୍ତ୍ରଣା ତ
କେବେ ଈର୍ଷାର ଖୋଳପା
ଭିତରେ ପେଶଇ ଛୁରା... ।
ପ୍ରେମରେ ପ୍ରେମିକ ହୃଦୟ
ସିଂହାସନରେ ବସାଇ ନିତି
ପ୍ରେମର ଭିକ୍ଷା ମାଗୁଥାଏ
ପ୍ରତିଟି ମୁହୂର୍ତ୍ତ ଝୁରିହୁଏ ଚିର
ଶାଶ୍ଵତ ପ୍ରେମର ଭଲପାଇବାକୁ
ଶୁଭ ମନାସୁଥାଏ ଅମର ହେଉ
ଆମ ପ୍ରେମ ଯୁଗ ଯୁଗକୁ... ।
କେଉଁ ପ୍ରେମିକ ପ୍ରତାରକ
ସାଜି ନିରୀହ ପ୍ରେମିକା
ହୃଦୟକୁ ନେଇ ଖେଳଇ
ଖେଳ ପୁଣି କରି ବସେ
କେତେ ଅପରାଧ... ।
ଏଠି ବୃକ୍ଷ ସହିତ ପୁଷ୍ପ
ଥିଲେ ଦିଶଇ ଅତି
ମନୋରମ ମିଳଇ ଅନେକ
ପ୍ରଶଂସା ଯେବେ ବୃକ୍ଷରୁ
ପୁଷ୍ପ ଝଡିଗଲା ପରେ
ନ ମିଳଇ କେବେ ଆଉ
ଭଲପାଇବା... ।
ସତେ ଅବା କନ୍ୟା ବୃକ୍ଷରୁ
ପୁଷ୍ପ ଝଡ଼ା ପରି କନ୍ୟାର
ଜୀବନ ଝଡ଼ିଗଲା ପରେ
ହୋଇଯାଏ ମୂଲ୍ୟହୀନ... ।
କନ୍ୟାକୁ ପ୍ରତିଟି ମୁହୂର୍ତ୍ତରେ
ମରି ମରି ଜୀଇଁବାକୁ ପଡ଼େ
କେତେ ଆଉ ଅସହାୟ
ହୋଇ ବଂଚିବାକୁ ପଡ଼ିବ
ଏଇ ମାନବ ସମାଜେ.... ।
କଥାରେ କଥାରେ କନ୍ୟାକୁ
ସମ୍ମାନ ଦିଆଯାଉଛି
କିନ୍ତୁ କର୍ମରେ କନ୍ୟାକୁ
ଧର୍ଷଣ ତ ନିର୍ଯ୍ୟାତନା ପୁଣି
ଲାଞ୍ଛନା ଓ ଅପବାଦ
କେତେ କ'ଣ ଯେ କନ୍ୟାକୁ
ସହିବାକୁ ନ ପଡ଼ୁଛି... ।
କେତେ ଆଉ ଛପି ଛପି
ଲୁହ ଢାଳୁଥିବୁ କେତେ
ଆଉ ମନର କୋହକୁ
ମନରେ ଜାଳିବୁ.... ।
କାଜଲ କାଦମ୍ବିନୀ ଖୁଣ୍ଟିଆ
ଅରିମୂଳ, କେନ୍ଦ୍ରାପଡ଼ା