STORYMIRROR

Sukanti Hotta

Romance

2  

Sukanti Hotta

Romance

ବନ୍ଧୁ

ବନ୍ଧୁ

1 min
1.2K


ପ୍ରେମର ବନ୍ଧନେ ବାନ୍ଧିଦିଅ ମୋତେ

ପ୍ରେମର ଦେବତା ତୁମେ

ରାଧାମିରା ପରି ହୋଇ ପାରିବିନି

ସୁଦାମା ବନାଅ ମୋତେ l


ତୁମ ବନ୍ଧୁ ପ୍ରେମ ସବୁଠାରୁ ଶ୍ରେଷ୍ଠ

ଇତିହାସେ ଲେଖାଅଛି

ତୁମ ପ୍ରେମ ଆଗେ ସବୁକିଛି ତୁଚ୍ଛ

ବନ୍ଧୁ ପ୍ରେମ ଯିଏ ଜାଣିଛି l


ବନ୍ଧୁଙ୍କ ପାଖେ ଗରୀବ ଧନୀର

ପ୍ରଭେଦ କିଛି ନଥାଏ

ତୁମ ପରି ବନ୍ଧୁ ଥରେ ମିଳିଗଲେ

ଜୀବନ ଧନ୍ୟ ହୁଏ l


ସୁକାନ୍ତି ହୋତା

ତାଳଚେର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance