Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Tragedy

5.0  

PRABINA KU, KHADANGA

Tragedy

ପତ୍ରଝଡ଼ା ଦିଏ ଜୀବନ

ପତ୍ରଝଡ଼ା ଦିଏ ଜୀବନ

1 min
286


ଜୀବନ ରହସ୍ୟ ଶେଷ ନିଷ୍ପତ୍ତି ଭିତରେ

ବଳିପଡେ ସୁଖ ସପନ

ଧୂଧୂ ଦୁଃଖ ଗ୍ରୀଷ୍ମ ପବନ ପ୍ରବାହେ ଦେଖ

ପତ୍ରଝଡ଼ା ଦିଏ ଜୀବନ ।

ସବୁ ଆଶା ସବୁ ଅଭିଳାଷ ଆଉ ସ୍ୱାଭିମାନ

କଟିଯାଏ ଅବିଶ୍ବାସ କଟୁରୀରେ

ଥୁଣ୍ଟା ବରଗଛ ଭଳି ବଞ୍ଚିରହେ କେବଳ

ଅନ୍ୟ ମାନଙ୍କ ଆଶ୍ୱାସନା ଭିତରେ ।

ନିଜ ଲୋକ ପର ହୋଇ ଦିଏ ଧୋକା

କାଟି ଚାଲେ ସମ୍ପର୍କ ଡୋର

ଜୀବନର ଶେଷ ଅପରାହ୍ନ ବେଳକୁ କିଆଁ

ପର ହୁଏ ବେଶ୍ ଆପଣାର ।

କାଳ ଆସି ଗଣୁଥାଏ ଗୋଟି ଗୋଟି ଝଡ଼ାପତ୍ର

ଗଛ ଥୁଣ୍ଟା ହେବା ଯାଏଁ

ଯେବେ ସରେ ସବୁ ପତ୍ର ସମୟ ବି ବିପରୀତ

ତେଣୁ କାଳ ତେବେ ବାନ୍ଧି ନିଏ ।

ପତ୍ର ଜଳିଯାଏ ଜଳି ପାଉଁଶ ହୁଏ ଶ୍ମଶାନରେ

ତଥାପି ଗଛକୁ ଚୋଟ ଖାଇବାକୁ ହୁଏ

ସଂସାର ନିୟମ ଭାଇ ଯାହା ଗଢିଛି ବିଧାତା

ତାକୁ ପରିବର୍ତ୍ତନ କରିବ କିଏ !


Rate this content
Log in

Similar oriya poem from Tragedy