Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ୱପ୍ନ ନାଲି ରାସ୍ତାର ମୋ ଗାଁ
ସ୍ୱପ୍ନ ନାଲି ରାସ୍ତାର ମୋ ଗାଁ
★★★★★

© PRemZi Bhai

Inspirational

1 Minutes   6.2K    4


Content Ranking

ମୋ ଗାଁ ରେ ରଖିଛି ସ୍ୱପ୍ନ ଅନେକ

ମନ ମତାଣିଆ ବାସ୍ନା ମହକ

ନାଲି ସଡକରେ ଖଜୁରୀ ଗଛ

ଫଳତାର ମିଠା ରସ ବି ସ୍ଵଛ

ନାଲି ସଡକଟି ନାଳ ପାଖରେ

ଲମ୍ବି ଯାଇଛି ସେ ଅନେକଦୁରେ

ବହାଇ ପବନ ସୁଲି ସୁଲିଆ

ନାଳ ପାଖ କ୍ଷେତ ଭାରି ବଢିଆ

ମୋ ଗାଁ ର ସଂସ୍କୃତି ମାନ ସଂମାନ

ସଦା ରଖିଥିବୁ ବିଶି କେଶନ

ଗାଁ ନାଳବନ୍ଧେ ନାଲି ମୋରମ

କ୍ଷେତ ବାଡ଼ି ଦୃଶ୍ୟ କି ମନୋରମ

ଓଡିଶା ର ଆତ୍ମା ଗ୍ରାମ ରେ ଅଛି

ପେଟ ପାଇଁ ଦାନା ସିଏ ଦେଉଛି

ସରଳ ସୁନ୍ଦର ଗ୍ରାମ୍ୟ ଜୀବନ

ବୁଲି ଆରେ ଥରେ ବିଶିକେସନ।

ଗାଁ ନାଳବନ୍ଧ ନାଲିଆ ରାସ୍ତା

ବର୍ଷା ଦିନେ ଭାଇ ବଡ ହୀନସ୍ତା

ନାଳ ବନ୍ଧ ଦେଇ ବାଟୋଇ ଯାଏ

ଶୀତଳ ପବନ ମନକୁ ମୋହେ

ଗାଁ ମନ୍ଦିରରେ ଘଣ୍ଟ ଆଳତି

କେଡେ ମନୋରମ ପଲି ପ୍ରକୃତି

ଗାଁ ଉର୍ଣ୍ଣତି ରେ ଦେବୁ ରେ ଧ୍ୟାନ

ଏ କର୍ମ କରିବୁ ବିସିକେଶନ

ସ୍ୱପ୍ନ ନାଲି ରାସ୍ତା ମୋ ଗାଁ

Rate the content


Originality
Flow
Language
Cover design

Comments

Post


Some text some message..