ତମେ ଆଉ ମୁଁ
ତମେ ଆଉ ମୁଁ
ଏଇତ ଜୀବନ କିଛି ଆଶା ପୁଣି
ଆଉକିଛି ଅଭିଳାଷ
ସେ ପୁଣି ଏକାନ୍ତ ହୃଦୟର କଥା
ନୀରବରେ ପରିତୋଷ ।
ଆତ୍ମାର ସନ୍ତୋଷ ଆତ୍ମ ଲିପି ସିନା
ସତ୍ୟ ଆଉ ଚିରନ୍ତନ
ନୀରବତା ଖୋଜେ ହୃଦୟ ସ୍ଵରକୁ
ଶାନ୍ତିର ସେ ଉପବନ ।
ତମେ ମୋର ସେହି ଉପବନଟିଏ
ଆତ୍ମାର ସହାନୁଭୂତି
ଏକାନ୍ତ ନିଜର ଆପଣାର ଭାରି
ହୁଏନାହିଁ କେବେ ଇତି ।
ତମେ ହୃଦୟର ଚିର ସାଥୀ ।।
ସୁଜାତା ରାଉତ ,ଚାନ୍ଦବାଲି