କହି କି ପାରିବ?
କହି କି ପାରିବ?
ସତ କହି ନ୍ୟାୟ ବାଟରେ ଚାଲିଲେ
ଯଦି ଜୟ ହୁଏ ସତ୍ୟବାଦୀର
କହି କି ପାରିବ ମିଛୁଆ କାହିଁକି
ଅସତ୍ୟ ଅଧର୍ମେ ବୁଲେ ସହର
ଅହିଂସାର ପଥେ ଜୀବନ ଜିଇଁଲେ
ଯଦି ସୁଖ ଶାନ୍ତି ଜୀବନେ ଆସେ
କହି କି ପାରିବ ବିନା ଅପରାଧେ
ନିରୀହ ମଣିଷ ଝୁଲଇ ଫାଶେ
ଧର୍ମ କଥା ଧର୍ମ ପ୍ରବଚନ ଶୁଣି
ଯଦି ଆସେ ମନେ ପବିତ୍ର କଥା
ଏତେ ବଲାତ୍କାରୀ, କାହିଁକି ସମାଜେ
ଚିନ୍ତା କଲେ ମୋର ଘୁରଇ ମଥା
