STORYMIRROR

Gangotri Priyadarshini

Abstract Inspirational Others

3  

Gangotri Priyadarshini

Abstract Inspirational Others

ମୁଁ ନାରୀ

ମୁଁ ନାରୀ

1 min
286

ମୁଁ ନାରୀ,

ସୃଷ୍ଟିର ଅନ୍ୟତମ ସୃଷ୍ଟି

ପୂର୍ଣ୍ଣ କରେ ପୁରୁଷତ୍ଵ

ମୁଁ ଶାନ୍ତ,ସ୍ନିଗ୍ଧ,କମନୀୟ ପ୍ରତିମୂର୍ତ୍ତି

ମୁଁ ସ୍ନେହ,ପ୍ରେମ,କରୁଣାର ଝଲକ

ମୁଁ ଧନ୍ୟ କରେ ସୃଷ୍ଠି ର ସୃଜନୀକୁ ।।


ମୁଁ ନାରୀ,

ମୁଁ ଚପଳା ବିଜୁଳି କନ୍ୟା

ପତ୍ନୀ, ପ୍ରେମିକା,ଅଭିସାରିକା

ମାତୃତ୍ଵର ବାତ୍ସଲ୍ୟ

ଦାସୀ,ବନ୍ଧୁ,ଭଗ୍ନୀ,ଆଦି,ଅନ୍ତ,ଅନନ୍ତ ।।


ମୁଁ ନାରୀ,

ସରସ୍ବତୀ, କାଳୀ,ଲକ୍ଷ୍ମୀ, ଦୁର୍ଗା

ପ୍ରକୃତିର ଅପରୂପା ଲାବଣ୍ୟ ଲଳନା

ମୌସୁମୀ ର ମେଘ ମଲ୍ହାର

ତଟିନୀ ଢେଉ ରେ ତରଙ୍ଗାୟିତ ନର୍ତ୍ତକୀ

ମୁଁ କଠୋର ,ଶାସନ ଦଣ୍ଡ ଧାରିଣୀ ।।


ମୁଁ ନାରୀ, 

ଭୋଗ୍ୟ ନୁହେଁ , ମୁଁ ମନ୍ତ୍ର ପ୍ରସାଦ

ମୁଁ ବିଶ୍ୱାସ ଡେଣାରେ ଘୁରିବୁଲେ

ଇତର ପାଖରୁ ଅମୃତ ବିତରିବା ଯାଏ ।।


ମୁଁ ନାରୀ,

ମୁଁ ମୁକ୍ତ,ମୁଁ ରଙ୍ଗ ଭଲପାଏ

ଜୀବନର ପ୍ରତ୍ୟେକ ଭାବକୁ ଭଲପାଏ

ବନ୍ଧନ ଚାହେଁ ବନ୍ଦିନୀ ହେବାକୁ ନୁହେଁ

ହସି ବାକୁ ଭଲପାଏ ,ବଞ୍ଚିବାକୁ ଭଲପାଏ ।।


ମୁଁ ନାରୀ,

ସବୁ ସ୍ଥିତିର ସାମ୍ନା ପାଇଁ ମୁଁ ପ୍ରସ୍ତୁତ

ମୁଁ ମୋର ସୃଷ୍ଟି କୁ ଘଣ୍ଟ ଘୋଡ଼େଇ ରଖିବି

ମୁଁ ଖୁସିର ମଳୟ ହେଇ ଶିତଳତା ପ୍ରଦାନ କରିବି

ମୁଁ ଅନିନ୍ଦିତା,ଅନୁପମା,ମୁଁ ସ୍ଵାଧୀନ l l


ମୁଁ ନାରୀ,

ସବୁଠି ମୋର ଉପସ୍ଥିତି ରହୁ

ଜନ୍ମରୁ ମୃତ୍ୟୁ ଯାଏ

ମୁଁ ସହଭାଗୀ,ସହ ଯାତ୍ରୀ,ଅନୁଗାମୀ

ମୁଁ ଲାଳିତ୍ୟ,ମୁଁ ମାଧୂର୍ଯ୍ଯ

ମୁଁ ଅତୀତ ର ପରିଚୟ,ବର୍ତ୍ତମାନ ର ଗରିମା ।।


ମୁଁ ନାରୀ,

ମୁଁ ସର୍ବଂସହା,ମୁଁ ଅଦ୍ୱିତୀୟା

ମୁଁ ସୃଷ୍ଟି,ସଂହାର

ମୁଁ ସୃଷ୍ଟି କରିବି ଜୀବନ ପାଇଁ ଉଦାହରଣ

ନାରୀ ତ୍ଵ କୁ ସମୃଦ୍ଧ କରିବି

ନାରୀ ଜନ୍ମର ପରାକାଷ୍ଠା ବଜାୟ ରଖିବି

ଭିନ୍ନ ଏକ ବିଶ୍ଵ ନିର୍ମାଣ ରେ ବ୍ରତୀ ହେବି ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract