STORYMIRROR

Satyanarayan Sahoo

Abstract Inspirational Others

3  

Satyanarayan Sahoo

Abstract Inspirational Others

ସହୀଦ ତୁମକୁ  ସଲାମ

ସହୀଦ ତୁମକୁ  ସଲାମ

1 min
128


ଦେଶ ଦଶ ପାଇଁ ଉତ୍ସର୍ଗେ ଯେ ପ୍ରାଣ

ତାହାଙ୍କୁ କହି ସହୀଦ 

ଜାତୀୟ ହିତରେ ଅବା ସଂଗ୍ରାମରେ

କରୁ ଥାନ୍ତି ନିତି ଯୁଦ୍ଧ ।

ସଲାମ ଜଣାନ୍ତି ଦେଶ ବାସୀ ତାଙ୍କୁ

କରି ନାନା ଆୟୋଜନ 

ଦେଶ ଦଶ ହିତେ ଆପଣା ପରାଣ 

କରେ ଯେହୁ ବିଷର୍ଜନ ।

ଶହୀଦ ଙ୍କୁ କରେ କୋଟିଏ ସଲାମ

ଯେଣୁ ସେ ଉଜ୍ବଳ ଜ୍ଯୋତି

ଜାତୀୟ ପ୍ରାଣର ସୁ ଯୋଗ୍ଯ ସନ୍ତାନ

ଲଭନ୍ତି ଯେ ବୀର ଗତି ॥

ଶୋକ ପୟୋଧି ରେ ଭସାଇ ସଭିଙ୍କୁ

ତେଜନ୍ତି ନସ୍ବର କାୟା 

ସକଳ ଜଞ୍ଜାଳ ଛିନ୍ନ କରିଯାନ୍ତି

ସଂସାର ର ମୋହ ମାୟା ॥

ନ ଲାଗେ ଯାହାଙ୍କୁ ଅପର ହିତରେ 

ବିତରେ ନିଜ ଜୀବନ 

ଧନ୍ଯ ସେ ମାନବ ତା' ପରି କେ ହେବ

ରହେ ସେ ଚିର ଅମ୍ଳାନ ॥ 

ଭକତି ସୁମନ ଢାଳି ସେ ପୟରେ 

ପ୍ରଣାମ ଆଉ ସଲାମ

ଜଣାଇ ଶରଧା ଅଞ୍ଜଳୀ ଅର୍ପଣ 

କରଇ ହେ ବୀର ଘେନ ॥

ଜ୍ଯୋତିର୍ମୟ ଜ୍ଯୋତି ପ୍ରସନ୍ନ ପାଇଁକି

ଶୋକେ ପରାଣ ବିଷାଦେ

ଜନେ ଅନୁକ୍ଷଣ କରନ୍ତି ସଲାମ

ଦେଶ ଜାତି ନିତି ବନ୍ଦେ ॥

ହେ ବୀର ଜବାନ ନିମିଷ ଜୀବନ

ଢାଳି ଦେଶ ସ୍ବାଧୀନତା

ରକ୍ଷଣ କରିଲ ସାରା ଦେଶ ବାସୀ

ପାଇ ତୁମ୍ଭ ହତ ବାର୍ତ୍ତା ॥

ଝୁରନ୍ତି ତୁମ୍ଭଙ୍କୁ ଝରାଇ ଲୋତକ

ସ୍ମରି ଯଶ ଓ ଦୂଢତା ॥

ଦିଅଇ ପ୍ରେରଣା ହେବାକୁ ସାହସୀ

ସ୍ବଦେଶର ଅଖଣ୍ତତା 

ରଖିବେ ଅକ୍ଷୁର୍ଣ୍ଣ , ଜଣାନ୍ତି ସଲାମ

ଦେଶର କୋଟି ଜନତା ॥


Rate this content
Log in

Similar oriya poem from Abstract