Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଭାବ ବଣିକ

ଭାବ ବଣିକ

1 min
7.2K


ଭାବର ଠାକୁର      ବୋଲି ନାମ ତୋର

      ଚାରିଯୁଗେ ଭାବଗ୍ରାହୀ ।

କେ ଡାକେ ଭାବରେ   କେ ବା ଅଭାବରେ

      କେ ବା ପ୍ରଭାବିତ ହୋଇ ।

        ଆରେ ଭାବ ଗ୍ରାହକ

     ତୁ'ତ ସବୁ ଭାବର ବଣିକ ॥ ୧ ॥

ରୂପ ତୋ ଚିକ୍କଣ   କଳା କାଳିଆ         

 ମନଟା ସଫା ସୁତୁରା ।

ତୋ ପ୍ରେମେ ବାଉଳା     ବ୍ରଜର ଗୋପୀକା

      ପାଗଳିନୀ ରାଧା ମୀରା ।

       ଆରେ କଳା ନାୟକ

     ତୁ'ତ ସବୁ କଳାର ରସିକ ॥ ୨ ॥

ତୁ ପରା ଭକତ    ବନ୍ଧୁରେ କାଳିଆ

     ଭକ୍ତ ମାନ ରକ୍ଷା ପାଇଁ

ଦାସିଆ ନଡିଆ   ନେଇଥିଲୁ ଦିନେ

      ତୁ ପରା ହାତ ବଢାଇ

       ବନ୍ଧୁ ମହାନ୍ତି ଡାକ

    ଶୁଣି ଦୂର କଲୁ ତାର ଭୋକ ॥ ୩ ॥

ସାଲବେଗ ଚିନ୍ତେ    ନନ୍ଦିଘୋଷ ପରେ

     ଦର୍ଶନ କରିବ ତୋତେ

ଅଟକିଲା  ବଡ-     ଦାଣ୍ତେ ନନ୍ଦିଘୋଷ

     ଚାହିଁଲେ ସର୍ବେ ଚକିତେ

       ଜାଣି ଭକତ ମନ

     ତୁ'ତ ରଖିଲୁ ତାହାର ମାନ ॥ ୪ ॥

କଳାଧଳା ଘୋଡା       ଚଢି ଯାଇଥିଲ

       କାଞ୍ଚି ଅଭିଯାନେ ଦିନେ

ରଖିଥିଲ  ତୁମେ       ଉତ୍କଳର ମାନ

      ଏ ସାରା ଜଗତ ଜାଣେ

       ହେ ଉତ୍କଳ ନାୟକ

      ତୁ'ତ ରଖିଛୁ ଉତ୍କଳ ଟେକ ॥ ୫ ॥

ହେ ଭାବ ବଣିକ    ହେ କଳା ରସିକ

      ହେ ଭକ୍ତ ମାନ ରକ୍ଷକ

ତୁମେ ସାହା ହେଲେ    ଆଉ ଏ ସଂସାରେ

      ନାହିଁ କା'ର ଆବଶ୍ୟକ

       ହେ ଜଗତ ପାଳକ

      ତୁ'ତ ସାରା ଜଗତ ରକ୍ଷକ ॥ ୬ ॥

           ******


Rate this content
Log in

Similar oriya poem from Inspirational