STORYMIRROR

Manisha Pattnayak

Inspirational

3  

Manisha Pattnayak

Inspirational

ହିସାବ

ହିସାବ

1 min
270



ମେଘ ବରଷିଲା ଟୁପୁରୁ ଟାପୁରୁ

ପୂରି ଗଲା ନଇ ନାଳ

ଝିପିଝିପି ବର୍ଷାରେ ଖେଳୁ ଆମେ

ଖୁସିରେ ଭରେ ମୋ ମନ


ଗଛରେ ଗହଳ ସବୁଜ ପତର 

ସୁନ୍ଦର ଦିସଇ ଧରା

ବରଷା ପଡିଲେ ନାନାଫୁଲ ଫୁଟେ

ପୁରିଉଠେ ବାରିସାରା


ଝିପିଝିପି ଟିପିଟିପି ବରଷାରେ 

ଫୋଟକା ଗରଜୁ ଥାଏ 

ସେବତି ମାଲତି ଟଗର ତରାଟ

ବାସ୍ନାରେ ମହାକୁ ଥାଏ ।


ଦାଣ୍ଡପିଣ୍ଡାରେ ଗପ କହୁଛନ୍ତି

ପାକୁଆ ପାଟିରେ ଅଜା

ବରଷା ପାଗକୁ ଗରମ ପକୁଡ଼ି

ଲାଗଇ ବହୁତ ମଜା


ମୁଢି ଖାଇ ଖାଇ ଗପ ଶୁଣୁଥିଲେ

ଲାଗଇ ବହୁତ ମଜା

ଅଧାଭିଜା ଦେହେ ଗୀତ ଗାଇ ଗାଇ 

କରୁ ଥିଲୁ କେତେ ମଜା 


ଝିପିଝିପି ବର୍ଷରେ କାଗଜ ଡ଼ଙ୍ଗା

ଭସାଉ ଥିଲୁ ଯେ ଖେଳି

ଛୋଟବେଳେ ବରଷାର କିଛି ସୃତି

ଆଜି ବି ପରିନି ଭୁଲି।



Rate this content
Log in

Similar oriya poem from Inspirational