STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଅନଲାଇନ ଆସର

ଅନଲାଇନ ଆସର

1 min
294

ଅନଲାଇନ ଆସର ଦେଲା ମତେ ପରିଚୟ 

କବି ମୁଁ ଗାଳ୍ପିକା ମୁଁ ଲେଖିକା ର ଗୌରବମୟ 

କୁଆଡେ ନଯାଇ ଅନଲାଇନ ରହି ଶିକ୍ଷା ଗାରିମାମୟ 

କେତେ ବାଗ୍ମୀ ଗୁଣୀ ଜନ କଥାରେ ତାଙ୍କ ଆବେଗମୟ 

ଜାଣିବାକୁ ଅଧିକା ଲେଖିବାକୁ ଅଧିକା ପାଇ କେତେ ପରିଚୟ 

କର୍ମକର୍ତ୍ତାଙ୍କ ଶାଳୀନତା ଦୂରେଇ ଦିଏ ବିଭେଦତା ହୁଏ ଜୟ 

ଆଗକୁ ବଢିବା ପାଇଁ ଘରେ ରହି ପଥ ଓ ପାଥେୟ 

ନିଜ ଭିତରେ ଥିବା ସୃଜନୀର ପରିପ୍ରକାଶମୟ 

କେତେ ଗୀତି କବିତା ସାହିତ୍ୟ ଗାଥା ହେଉ ପଛେ ସାର୍ଵଜନୀନମୟ 

ଅଭିଭାଷଣ କେତେ ଗାଥା ପୁରାଣ ଶିଖି ହୁଏ ସର୍ବ ଜୟ 

ଶୃଙ୍ଖଳା ଜ୍ଞାନ ପୁଣି ପରିଚାଳନା କଥନ କରେ ହୃଦୟ ଜୟ 

ବେଳେ ବେଳେ ଭଜନ ଗାଇବାରେ ସମ୍ମୋହନ ରଖି ଲୟ 

ସମୟାନୁବର୍ତ୍ତିତା ଭାଷା ଜ୍ଞାନ ସଂହିତା ବଢ଼ାଇ ଆଗେଇ ଯାଅ 

ଆୟୋଜନ ଉପସ୍ଥାନ ଲାଗେ ଶବ୍ଦ କୋଷ ବାଢେ ସୃଜନର ଜୟ 

ଆସରରେ ଶିକ୍ଷା ବଢାଇ ଜ୍ଞାନ ଗାରିମା କହୁ ସାହିତ୍ୟର ଜୟ 

ଅନଲାଇନ ଆସର ଦିଏ ବିବିଧ ଶିକ୍ଷା ସଂସ୍କୃତି ପରମ୍ପରାରେ ଲୟ 

ଯୋଗ ଦେଇ ଆସରେ ବୁଝି ସ୍ଥିର ମତି ରେ ହେବ ନାହିଁ ଜମା ବିଲୟ 

ନୀତି ଉପଦେଶ ଗୁରୁଜନଙ୍କର ଯଥା ମାନ୍ୟ ସାନମାନଙ୍କର ବଳୟ 

ମାନିବୃତ୍ତି ରଖି ସାହିତ୍ୟର ବ୍ୟାଖ୍ୟାରେ ହେବ ନାହିଁ ପରାଜୟ 

ଆସ ଆସ ଭାଇ ଭଉଣୀ କହିବା ସାହିତ୍ୟର ହେଉ ଜୟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational