STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

କନ୍ୟା ଦିବସ ଉପଲକ୍ଷେ

କନ୍ୟା ଦିବସ ଉପଲକ୍ଷେ

1 min
244

ଝିଅ ମୋର ଲକ୍ଷ୍ମୀ, ଝିଅ ମୋର ଦୁର୍ଗା, ଝିଅ ମୋର ଜଗଧାତ୍ରୀ

ମୁଁ ବ୍ରହ୍ମ ଦେବ, ମୋ ରାଜ ଦୁଲାଳୀ, ସେ ମୋ କନ୍ୟା ସରସ୍ଵତୀ

ଦୁଇ କୁଳକୁ ତା ଔଜଲ୍ୟ ପ୍ରତିଭା ପ୍ରତିଭାତ କରୁ ଥାଏ

ଅଲିଅଳି ମୋର ଦୁହିତା ରତନ ଅମୂଲ୍ୟ ରତ୍ନ ମୋ ସିଏ ।।


ସର୍ବଗୁଣେ ଗୁଣୀ ମଧୁର ତା ବାଣୀ ପରକୁ ଆପଣା କରେ

ବିଦ୍ୟା ବୁଦ୍ଧି ଜ୍ଞାନ ପରେ ବଳୀୟାନ ଐଶ୍ୱରୀୟ ଭକ୍ତି ବଳେ

ସେ ଏକ ଅମୂଲ୍ୟ ମଣି ମୋ କୋଳର ଈଶ୍ଵରଙ୍କ ହାତ ଦାନ

ଅଲଭ୍ୟ ପ୍ରତିମା ସୁଲଭ ଦ୍ରବ୍ୟ ସେ ସାତ ସାଇତା ମୋ ଧନ ।।


ତା ପାଇଁ ମୋହର ପିତୃ ପରିଚୟ ତା କୁନି ଦରୋଟି ଡାକ

ଏବେ ବି ସେ ଡାକ କର୍ଣ୍ଣ ଗହ୍ୱରରେ ହେଉଅଛି ଶବ୍ଦାୟିତ

ସେ ମୋର ନୟନ ପିତୁଳା ସୁଶିଳା ସୀତା, ପାର୍ବତୀ, ସାବିତ୍ରୀ 

ମୁଉଁ ତା ଜନକ, ମୁଉଁ ତ ହିମାଦ୍ରି, ମୁଉଁ ରାଜା ଅଶ୍ଵପତି ।।


ଧନ୍ୟ ମୋ ହୋଇଛି ମଣିଷ ଜନମ ଐଶ୍ଵରୀୟ ଦାନ‌ ବଳେ

ପ୍ରଥମ ସନ୍ତାନ ମୋ କନ୍ୟା ରତନ ବିଧାତା ଦାନ ମୋ କୋଳେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational