ଦେଶ ସଂହିତା
ଦେଶ ସଂହିତା
ମହାନ ଦେଶ ଏ ଭାରତ l
ସୁଦୃଢ ତାର ଗଣତନ୍ତ୍ର ll
ପବିତ୍ର ତାର ସମ୍ବିଧାନ l
ପବିତ୍ର ଚିନ୍ତାର ବଖାଣ ll
ଜ୍ଞାନୀଙ୍କ ଚିନ୍ତାରୁ ପ୍ରସୂତ l
ଲିଖିତ ଦୀର୍ଘତମ ଖ୍ୟାତ ll
ଭ୍ରାତୃଭାବରେ ଏହା ସ୍ଥିତି l
ଧର୍ମ ନିରପେକ୍ଷ ତା' ନୀତି ll
ସଂକୀର୍ଣ୍ଣ ଧର୍ମର ଚିନ୍ତନ l
ଅବମାନନା ସମ୍ବିଧାନ ll
ନ କର ସତପୁରୁଷେ ନିନ୍ଦା l
ଏହା ତ ଦେଶ ନିନ୍ଦା ସିଧା ll
ଏ ସବୁ ଚିନ୍ତା ଦେଶ ଦ୍ରୋହ l
ତିଳେହେଁ ନାହିଁଟି ସନ୍ଦେହ ll
ଦେଶ ସଂସ୍କୃତି ନିନ୍ଦା କରି l
ନ ସାଜ ଦେଶର ବଇରୀ ll
ମହାନ ଦେଶ ମୋ ଭାରତ l
ଭକ୍ତିରେ ଶିର କରେ ନତ ll