STORYMIRROR

Panchanan Jena

Inspirational

3  

Panchanan Jena

Inspirational

ମାଆ କାଲିର

ମାଆ କାଲିର

1 min
286


କନ୍ୟା ନୁହଁ ତମେ ଧନ୍ୟା

  ମହକିତ କାକଳୀ ଅନନ୍ୟା

ତନୟା ନୁହଁ ତମେ କମନୀୟା

  ଘରେ ସୌରଭିତ ପୁଷ୍ପ- ବନ୍ୟା

ଦୁହିତା ନୁହଁ ତମେ ଦୁଇ କୂଳର ହିତା

  ଶ୍ରଦ୍ଧା ସ୍ନେହ ସେବାରେ ଅସାମାନ୍ୟା ।

 

କେବେ ରମା କେବେ ଶ୍ୟାମା

  ବସନ୍ତ ମଳୟ ଝରା ଫଗୁଣ

କେବେ ଶକ୍ତି କେବେ ଶାନ୍ତି

  ହସ ଖୁସିର ବହଳ ଆସ୍ତରଣ ।


କେବେ କଣ୍ଢେଇ କେବେ କାନ୍ଦୁରୀ

    ସଜ ସକାଳର ମୁଗ୍ଧ ଅରୁଣିମା

କେବେ ଗୁମ୍ ସୁମ୍ କେବେ ବାଚାଳି

   ବାପା ରାଇଜେ ଗେହ୍ଲି ରାଜଜେମା ।


ବିଧାତାର ଅପୁର୍ବ ସର୍ଜନା ଝିଅ

  ଅୟୁତ ସୁମନର ନିୟୁତ ସୌରଭ

ଝିଅ ବିଦାବେଳେ କାହିଁକି କେଜାଣି

  ସ୍ଵତଃ ଝରିଆସେ ସାଇତା କୌସ୍ତୁଭ ।


ନୁହଁ ଦୁର୍ବଳା ଅବଳା ନିର୍ମୁଳୀଲତା

   ତମେ ଗୃହଲକ୍ଷ୍ମୀ ମାଆ କାଲିର

ପର୍ବ ପର୍ବାଣୀରେ ବଂଶ ସମ୍ମାନରେ

   ଜଗତଜିତା ବାଟ ଚାଲୁଥିବ ଧୀର ।



Rate this content
Log in

Similar oriya poem from Inspirational