STORYMIRROR

Bijaya Kumar Swain

Inspirational

4.0  

Bijaya Kumar Swain

Inspirational

ଭଗବତ ପରମ ଶାସ୍ତ୍ର

ଭଗବତ ପରମ ଶାସ୍ତ୍ର

1 min
314



ଭଗବତ ପରମ ଶାସ୍ତ୍ର

ଏ ଶାସ୍ତ୍ରରେ ରଖିଥା ଚିତ୍ତ

ପଢ଼ିଛି ଶୁଣିଛି ଯିଏ ଏ ଗ୍ରନ୍ଥକୁ

ସେ ଏକା ବୁଝିଛି ତାର ମହତ।

ଭଗବତ ପରମ ଶାସ୍ତ୍ର ।


ବ୍ୟାସଦେବ ଯେ ମହା ମନା

ଭଗବତ କଲେ ରଚନା

ପରୀକ୍ଷ ସମ୍ମୁଖେ ଶୁକ ମହାମୁନି

କରିଥିଲେ ପରା ବ୍ୟକତା

ଭଗବତ ପରମ ଶାସ୍ତ୍ର ।


କୃଷ୍ଣ ରସେ ଭରା ଏ ଗ୍ରନ୍ଥ

ଶ୍ରବଣରେ ଭରଇ ଚିତ୍ତ

କଳି କଳୁଷରୁ ଉଦ୍ଧାର ପାଇଁ କି

ଶ୍ରୀ ଭାଗବତ କୁ କରିଥା କାତ।

ଭଗବତ ପରମ ଶାସ୍ତ୍ର ।


ଭାଗବତେ ଚିତ୍ତ ମୋ ଥାଉ

ପଠନରେ ଦିନ ମୋ ଯାଉ

ଗାଇ କୃଷ୍ଣ ନାମ ବିତୁ ମୋ ଜୀବନ

ବିଷୟ ରସରୁ ହେଉ ନିବୃତ୍ତ।

ଭଗବତ ପରମ ଶାସ୍ତ୍ର ।

  


Rate this content
Log in

Similar oriya poem from Inspirational