STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଅସଲି ସୌନ୍ଦର୍ଯ୍ୟ

ଅସଲି ସୌନ୍ଦର୍ଯ୍ୟ

1 min
240

ମାଟି ଘଟ ଶରୀର ଏ

  ମାଟିରେ ମିଶିଵ

ରୂପ ରଙ୍ଗ ଯୌବନ

   କିଛି ନ ରହିବ।


ସ୍ଥୁଳ ଶରୀର ଯେତେ

    ହେଉ ବା ସୁନ୍ଦର

ସୂକ୍ଷ୍ମ ଚିନ୍ତନ ଯଦି

    ନ ହୁଏ ଗୁଣର।


ଯେତେ ସୁନ୍ଦର ହୁଅ

   ଗୁଣ ଯଦି ନାହିଁ

ପଳାଶ କୁସୁମ ସମ

   ଆଦର ନ ପାଇ।


ବାହାର ନୁହେଁ ତୋର

   ଭିତରଟି ସୁନ୍ଦର

ସୁକର୍ମ ସୁଚିନ୍ତା ମନ

   ହୋଇଲେରେ ତୋର।


ଦିନୁ ଦିନୁ ଆୟୁ ବଢି

   ହେବ କୁରୂପ ସମ

ଯେତେ ବଢୁଥିବ ସେତେ

   ବଦଳି ଯିବ ଚର୍ମ।


ଆଚରଣ ଉଚ୍ଚାରଣ

   ଭାଷା ଭାଵ ତୋର

 କର୍ମ ଧର୍ମ ଚିନ୍ତା ଚେତନା

   ସୁନ୍ଦର ତୁ କର।


ବାହ୍ୟ ସୁନ୍ଦର ବାବୁ

   ଅଢେ଼ଇ ଦିନିଆଁ

ଭିତର ସୁନ୍ଦର ଯାର

  ବଞ୍ଚେ ସେ ସବୁଦିନିଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational