ତୁମେ କି ଚତୁର?
ତୁମେ କି ଚତୁର?
ତାଙ୍କୁ ସତ କହି ମତେ ମିଛ କହି
ଭାବୁଛ ନିଜକୁ ଚତୁର
ଜାଣିନକି ତୁମେ ଏହା
ଅଟେ ଦୟା ତୁମ୍ଭପ୍ରତି ଆମ୍ଭର
ଆଗରେ ମିଠାରେ କହି ଦେଇ ତୁମେ
ପଛରେ କହୁଛ ଆମ୍ଭେ ଖରାପ
ଜାଣିନକି ଏହା ଅଟଇ ଅଧର୍ମ
କାପୁରୁଷ ହୋଇ କରୁଛ ପାପ
ଆମେ ଭଲ କଲେ ଖରାପ କହିବ
ଆଉ କେତେ ଯେ ଭୋକିବ
ତୁମେ ପାପ କଲେ, ଅଧର୍ମେ ଚଳିଲେ
ସଭିଙ୍କୁ ଅସତ୍ୟ କହି ବୁଲିବ
ନିଜେ ସିନା ତୁମ୍ଭେ ସବୁ ଜାଣିଶୁଣି
ଭାବୁଛ ନିଜକୁ ଚତୁର
ସମୟ ଆସିବ ନିଶ୍ଚୟ ଦେଖିବ
ଭସ୍ମ ହେବ ତୁମେ ଆଉ ତୁମ ବିଚାର
