ମୃତ୍ୟୁ
ମୃତ୍ୟୁ
ଜନ୍ମ ମୃତ୍ୟୁ ପରା ନିରାଟ ସତ୍ୟ ,
ବିଧିର ବିଧାନ ଅଟେ ଅବଶ୍ୟ ।
କେତେ କ'ଣ କରେ ଜୀବ ମଧ୍ୟରେ ,
ଗର୍ବ ଅହଙ୍କାର ଧରେ ସଙ୍ଗରେ ।
ମୁଁ କରିଛି କରିଛି ଭାବ ଆଣେ ,
କିଛି ନେବ ନାହିଁ ଜାଣିନି ଦିନେ ।
ଲୋଭ ମୋହ ମାୟା ଗ୍ରାସିତ ହୁଏ,
ସଠିକ୍ ବିଚାର କରି ନଥାଏ ।
ଜାଣିଲା ବେଳକୁ କିଛି ନଥାଏ ,
ମୃତ୍ୟୁ ଦ୍ଵାର ଦେଶେ ଦଣ୍ଡିତ ହୁଏ ।
ଚିର ନିଦ୍ରାରେ ସେ ଶୋଇତ ଯାଏ,
ଦୁଃଖ ସାଗରରେ ଭସାଇ ଦିଏ ।