Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Romance

5.0  

ବି. ନିରୁପମା

Action Romance

ହେଇ ପରା ଏବେ ଆସିଲା

ହେଇ ପରା ଏବେ ଆସିଲା

1 min
7.0K


ଗାଈଗୋଠ ନେଇ-ବନରୁ କହ୍ନେଇ

ହେଇପରା ଏବେ ଆସିଲା,

କଣେଇ କଣେଇ-ଇଆଡ଼େ ଅନେଇ

ମୁରୁକି ମୁରୁକି ହସିଲା ।(୦)


ସଖା ମେଳେ ବାଇ ମୋହନ ମୁରଲୀ ,

କେତେ ରଙ୍ଗେ ଆସୁଥିଲା ସେ ଦୋହଲି ।

ବନଫୁଲ ନାଇ ଗଲାବେଳେ ଚାଲି

ମହମହ ଖାଲି ବାସିଲା ।(୧)

କଣେଇ କଣେଇ-ଇଆଡ଼େ ଅନେଇ

ମୁରୁକି ମୁରୁକି ହସିଲା ।


ଏଡ଼ିକି ସିଆଣା ହୋଇଲାଣି ସିଏ ,

ମୁହେଁ ମୁହେଁ ଖାଲି ଉତ୍ତରଟି ଦିଏ ।

ଯମୁନା ଘାଟରୁ ବାସ ଲୁଟି ଇଏ

ସେଦିନ ତ ଡାଳେ ଖୋସିଲା ।(୨)

କଣେଇ କଣେଇ -ଇଆଡ଼େ ଅନେଇ

ମୁରୁକି ମୁରୁକି ହସିଲା ।


ସେ ନଟ ନାଗର କଲେ ଯେତେ ଯାହା,

ନିମିଷକେ ଭୁଲି ହୋଇଯାଏ ତାହା ।

ବିପଦେ ଆପଦେ ହୁଏ ଯେଣୁ ସାହା

ସେ ଲାଗି ମନଟି ମିଶିଲା ।(୩)

କଣେଇ କଣେଇ -ଇଆଡ଼େ ଅନେଇ

ମୁରୁକି ମୁରୁକି ହସିଲା ।


ଗାଈଗୋଠ ନେଇ-ବନରୁ କହ୍ନେଇ

ହେଇପରା ଏବେ ଆସିଲା ,

କଣେଇ କଣେଇ-ଇଆଡ଼େ ଅନେଇ

ମୁରୁକି ମୁରୁକି ହସିଲା ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action