ଚିଲିକା
ଚିଲିକା
ତୋ ଚାରୁ ଛତ୍ରପଟରେ
କେତେ ଚିତ୍ରଗୀତି ଚିତ୍ରହାର
ଡଲଫିନ ଶାଙ୍କୁଚ ପକ୍ଷୀସମ୍ଭାର
ଚଢ଼େଇନଦା ପାହାଡ଼ ଉପର
ବସିଗଲେ ଭାବେ ସାର୍ଥକ ପକ୍ଷୀ ଜନ୍ମର
ମାଆ କାଳିଜାଇ ନଳବଣ ଶୋଭାର
ପକ୍ଷୀ ହିଁ ଭାବାନ୍ତର
ଶୀତରେ ଗ୍ରୀଷ୍ମରେ ସମାହାର
କି ଅଛି ଚିଲିକା ବକ୍ଷରେ
ଅମୃତ ଧାର ଭିତରେ ପକ୍ଷୀର ଆହାର
କୋଉଠି କାଉଟି ମାଛଟିକୁ ଛାଡେ ପାଣିଭିତର
କୋଉଠି ବଗଟି ଜୀବନ୍ତ ମାଛକୁ ବତାଏ
ଚିଲିକା ତୋ ଆଶ୍ରୟ ଘର
ଏତେସବୁ ଚାଲେ ଭଲେ ଭାଲେରୀ ଶିଖର
ପକ୍ଷୀ ଆତଯାତ ବଦଳେ ଋତୁ ସମ୍ଭାର
ମାମୁଁ ଭଣଜାର ପାହାଡ଼ ଉପରେ ଦିଶେ କାହା ପର
ଗେଣ୍ଡାଳିଆ ଯାଏ ଉଡି ଯେବେ ସୂର୍ଯ୍ୟ ବୁଡି
ଯାଆନ୍ତି ମାଆଙ୍କ ଘର
ଏତେ ତାରା ଆକାଶର ବିଛାଡି ହୋଇ ଚିଲିକା ଜଳମଧ୍ୟର
ଫୁଟାଏ ପ୍ରତିଛବି ଜୀବନ ସୁନ୍ଦର
ପ୍ରେମ ମଦିରା ପରି ଦିଶେ ମନୋହର
ପକ୍ଷୀ ମଣିଷ ଓ ଚିଲିକା
ଗୋଟିଏ ସୂତାରେ ବନ୍ଧା ପ୍ରେମ ଅଢେଇ ଅକ୍ଷର
ଜୀବନରେ ଚିଲିକା ଗଲେ ଥରେ ଲାଗଇ ମଧୁର
ସାତଭାଇରେ ତଅପୋଇ ଏଇଠି କୋଉଠି ତା ଘର
ବୋଇତ ବନ୍ଦାଇ ତାକୁ ନେଇଥିଲେ ସାନ ଭାଉଜ ଘର
ସେଇଦିନ ପୁଣି କାଲିଜାଇ ହେଲେ ମାଆ ଆମର
ଏସବୁ ଚିତ୍ରହାର ଗୁନ୍ଥି ଚିଲିକା ଜଗାଏ ଜାଗୃତି ଅପାର
ରେଳଭିତରେ ଚିଲିକା ଦର୍ଶନ ମନେପଡେ ଗୋପବନ୍ଧୁଙ୍କର ।।