ଭଲପାଏ
ଭଲପାଏ
ମୁଁ ତୁମକୁ ଭଲପାଏ ସତ
ହେଲେ ତୁମ ହଲଦିବୋଳା ଦେହକୁ ନୁହେଁ
ତୁମ ନିର୍ମଳ ହୃଦୟକୁ,
ମୁ ତୁମକୁ ଭଲପାଏ ସତ
ହେଲେ ତୁମ ଛନ୍ଦାୟିତ ଚାଲିକୁ ନୁହେଁ
ତୁମ ରୁଣୁଝୁଣୁ ନୁପୁରକୁ।
ମୁ ତୁମକୁ ଭଲପାଏ ସତ
ହେଲେ ତୁମ ଆମୋଦିତ ମହକକୁ ନୁହେଁ
ପ୍ରୀତିଭରା ମନକୁ,
ମୁଁ ତୁମକୁ ଭଲପାଏ ସତ
ହେଲେ ତୁମ ଇଙ୍ଗିତଭରା ଚାହାଣିକୁ ନୁହେଁ
ତୁମ ନିର୍ଲିପ୍ତ ଆଖିଦୁଇଟିକୁ।।