STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶାରଦାଙ୍କ ନବରାତ୍ର

ଶାରଦାଙ୍କ ନବରାତ୍ର

1 min
403

ଆଜି ଠାରୁ ହେବ କଳଶ ସ୍ଥାପନ ଶୁଭ ମୁହୂର୍ତ୍ତରେ ଭାଇ,

ତହୁଁ ନବରାତ୍ର ଶୁଭାରମ୍ଭ ପୁଣି

ଶକ୍ତିଙ୍କ ପୂଜନେ ଭାଇ।


କଳଶ ସ୍ଥାପନା କରି ଭକ୍ତିଭାବେ ଆବାହନ ଜଗମାୟା,

ପୂଜନ ଟି ତହିଁ ବିଧି ଓ ବିଧାନେ

ଆସିବେ ଟି ଜଗମାୟା


ଘରେ ଘରେ ହେବ କଳଶ ସ୍ଥାପନ ଶୁଭ ମୁହୂର୍ତ୍ତରେ ଯହିଁ,

ଦେବୀଙ୍କ ପେଣ୍ଡଲ୍ ସୁସଜ୍ଜିତ ଯହିଁ

କଳଶ ସ୍ଥାପନ ତହିଁ।


ଭକ୍ତିରେ ମହିଳା ସୁସଜ୍ଜିତ ବସ୍ତ୍ରେ ଆଜି ଧଳା ବସ୍ତ୍ର ଶୁଭ, 

ଯହଁ ପରିଧାନ ଧଳା ବସ୍ତ୍ରେ ନାରୀ

ଦୁର୍ଗାଙ୍କ ପୂଜନେ ଶୁଭ।


ଭକ୍ତିଭାବେ ଯହିଁ ଦେବୀଙ୍କ ପୂଜନ ନାନାଦି ନୈବେଦ୍ୟ ଦେଇ,

ଶଙ୍ଖ ହୁଳହୁଳି ପଡୁ ଥିବ ତହିଁ

ଭକ୍ତି ପ୍ରେମ ଶ୍ରଦ୍ଧା ଦେଇ।


ରାଷ୍ଟ୍ରର କଲ୍ୟାଣେ ଆଗମନ ମର୍ତ୍ତ୍ୟେ ଶକ୍ତିଙ୍କ ଭକ୍ତି ପାର୍ବଣ,

ମନବାଞ୍ଚା ସବୁ କରିବେ ପୂରଣ

ଦେବେ ଟି ଭକ୍ତି ଭରିଣ।


ଆତ୍ମନିର୍ଭରଟି କରିବେ ରାଷ୍ଟ୍ରକୁ ବିଶ୍ବାସ ଦେବେରେ ଭରି,

ସ୍ବପ୍ନ ବିଶ୍ବ ଗୁରୁ ସାକର କରିବେ

ଦେବେ ଟି ସମ୍ମାନେ ଭରି।


ବାଜିବ ମୃଦଙ୍ଗ ବାଜିବ ମହୁରୀ ନାଚୁ ଥିବେ ନରନାରୀ,

ଭକ୍ତିର ପାର୍ବଣ ଶକ୍ତିରୂପାଙ୍କର

ଉଛୁଳୁ ଥିବ ଲହରୀ।


ଅମୃତ କାଳରେ ଦେବୀଙ୍କର ପୂଜା ଏହୁତ ଶକ୍ତି ସଂଯୋଗ

ଅମୃତ କାଳରେ ପ୍ରବେଶ ଭାରତ

ଅପୂର୍ବ ଏହୁ ସଂଯୋଗ।


ଦୁର୍ଗାଙ୍କ ପାର୍ବଣ ରାଷ୍ଟ୍ରେ ଗୁଞ୍ଜେ ଅଛି ଗୁଞ୍ଜୁ ଅଛି ବିଶ୍ବସାରା,

ଗୁଞ୍ଜୁଅଛି ବିଶ୍ବେ ସଂସ୍କୃତି ରାଷ୍ଟ୍ରର

କୃଷ୍ଣ ରାମ ରାଷ୍ଟ୍ର ପରା।


କିଦେଇ ପୂଜନ କରିବିହେ ଦେବୀ ନାହିଁ ମୋର ଏଠି କିଛି

ସବୁତ ତୁମର କର୍ମ ମୋ କର୍ତ୍ତବ୍ୟ

ପ୍ରେମ ଭକ୍ତି ଶ୍ରଦ୍ଧା ଅଛି।


ଅର୍ପଣ କରୁଛି ସର୍ବୋଚ୍ଚ ମୋହର ପ୍ରେମ ଶ୍ରଦ୍ଧା ଭକ୍ତି ମୁହିଁ,

ସ୍ବୀକାର କରହେ ନୈବେଦ୍ୟ ମୋହର

ସେବାଭାବ ଦିଅ ତହିଁ।


ବିତୁ ଏ ଜୀବନ ଜଗତ କଲ୍ୟାଣେ ରାଷ୍ଟ୍ର ସେବା କରୁଥିବି,

ଥିବ ତବ ପଦେ ଧ୍ୟାନ ଟି ମୋହର

ଧର୍ମ ପଥେ ରହିଥିବି।


ମାଗୁଣି ଏତିକି କରେ ଇଷ୍ଟଦେବୀ ନାହିଁ ଗତି ତବ ବିନୁ,

ଆଶିର୍ବାଦ କର ଶକ୍ତିରୂପା ଦେବୀ

ପଦେ ମନ ଭକ୍ତି ତନୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract