STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କଳ୍ପନା

କଳ୍ପନା

1 min
341


କଳ୍ପନା ଅଟେଟି ଦୁଇ ପ୍ରକାରରେ

ଇଣ୍ଟ୍ରାନସିଟିଭ୍ କ୍ରିୟା,

ଦ୍ବିତୀୟ ଟି ଅଟେ କଳ୍ପନାର ରୂପ

ଯହିଁ ଗତିଶୀଳ କ୍ରିୟ।


ଇଣ୍ଟ୍ରାନସିଟିଭ୍ ବିଳାପ ଦୁଃଖର

ଅଟେ ଏହୁ ଏକ କ୍ରିୟା,

ବିଳାପ ଓ ଦୁଃଖ ରହିଛିତହିଁରେ

କଳ୍ପନାର ଏହୁ କ୍ରିୟା।


ଦିଏ ଗତିଶୀଳ ମୃତ ରୂପ ଯହିଁ

ବୈଜ୍ଞାନିକର ଆବିଷ୍କାର,

କବିର ରଚନା ଗତିଶୀଳ ରୂପ

ରାଷ୍ଟ୍ରର ନିର୍ମାଣେ ତାର।


କଳ୍ପନାର ଦ୍ବାରା ହୁଏ ଆବିଷ୍କାର

ରାଷ୍ଟ୍ରହୀତେ ବ୍ୟବହାର,

ଆବିଷ୍କାର ତାର ଜନତା କଲ୍ୟାଣ

ଗତିଶୀଳ କଳ୍ପନାର ।


ପ୍ରାକୃତି ସୌନ୍ଦର୍ଯ୍ୟ ରୂପଦିଏ କବି

ମୃତ ରୂପ ସୌନ୍ଦଯ୍ୟର,

ରାଷ୍ଟ୍ର ଭକ୍ତି ତହିଁ ଅଙ୍କୁରିତ କରେ

ସତ୍ୟ ତ୍ୟାଗ ଓ କର୍ମର।


କର୍ମ ଜ୍ଞାନ ଦିଏ ନ୍ୟାୟ ଜ୍ଞାନ ଦିଏ

ଦିଏ ପୁଣି ଅହିଂସାର,

ସମ ଭାବ ମନ୍ତ୍ର ଦିଏ ସମାଜକୁ

କଳ୍ପନା ମାଧ୍ୟମେ ତାର।


ଜ୍ଞାନର ପ୍ରଦୀପ ପ୍ରଜ୍ୱଳିତ ହୁଏ

କବିତା ଓ କାହାଣୀ ରୁ,

କଳ୍ପନା ତାହାର ଶିକ୍ଷାଦିଏ ଜନେ

କବି ଦ୍ବାରା ରଚନାରୁ।


ରାଷ୍ଟ୍ରର ନିର୍ମାଣେ କଳ୍ପନା ଆଧାର

ଗତିଶୀଳ କଳ୍ପନାରୁ,

ଆଦର୍ଶ ବ୍ୟକ୍ତିତ୍ୱ ନିର୍ମାଣ ତହିଁରେ

କବିତା ଓ କାହାଣୀରୁ।


ଗତିଶୀଳ ଚିନ୍ତା ଅତି ମୂଲ୍ୟବାନ

ମୃତ ରୂପ ହୁଏ ତାର,

ରାଷ୍ଟ୍ରଶକ୍ତିଶାଳୀ ରାଷ୍ଟ୍ରରଗୌରବ

ହୁଏ ଟି ଗୁଞ୍ଜନ ତାର।


ଜ୍ଞାନ ମାର୍ଗ ଦିଏ ଦିଏ ଧର୍ମ ମାର୍ଗ

ସମର୍ପଣ ପ୍ରଭୁ ପ୍ରତି,

ଭକ୍ତି ମାର୍ଗ ଦିଏ କର୍ମଜ୍ଞାନ ଦିଏ

ଦିଏଜଗା ପ୍ରତିପ୍ରୀତି।


କଳ୍ପନାର ଦ୍ବାରା ରାଷ୍ଟ୍ରର ଉନ୍ନତି

ଗତିଶୀଳ ମୂଲ୍ୟବାନ,

ଆଣେଟିବୈଭବ ମିଳେଟିଗୌରବ

ରାଷ୍ଟ୍ରକୁ ଦିଏ ସମ୍ମାନ।


ବୈଜ୍ଞାନିକ କରେ ନୂଆ ଆବିଷ୍କାର

କବି ଦିଏ ରାଷ୍ଟ୍ର ଭକ୍ତି,

ସ୍ବାସ୍ଥ୍ୟ ପାଇଁଟି ବୈଜ୍ଞାନିକ କଳ୍ପନା

ଆବିଷ୍କାର ଟିକା ଶକ୍ତି।


ନୂଆ ନୂଆ ଯହିଁ ଆୟୁଧ ଦେଶର

ବୈଜ୍ଞାନିକ କଳ୍ପନାରୁ,

ଇତିହାସକାର ଇତିହାସଲେଖେ

ଗତିଶୀଳ କଳ୍ପନାରୁ।


ଗଢେ ମୂର୍ତିକାର ମୂର୍ତ୍ତିର ରୂପକୁ

ନୂଆ ନୂଆ ରୂପେ ଯହିଁ,

ଗତିଶୀଳ ତାର କଳ୍ପନାର ଦ୍ବାରା

ସମ୍ଭବ ହୁଏଟି ତହିଁ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract