ମୁଁ ଛାଡ଼ି ଆସିଥିବା ଅନ୍ଧାର
ମୁଁ ଛାଡ଼ି ଆସିଥିବା ଅନ୍ଧାର
ଇଂ. ସରୋଜ ମହାପାତ୍ର
ଅନ୍ଧାର ତୁମେ ଫେର
ନୁହେଁ ବାରବାର
ମାତ୍ର ଗୋଟିଏ ଥର l
ସେଦିନର ଶୂନ୍ୟତା
ବିଶ୍ଵାସି ନୀରବତା
ରୂପା ନଈର ଦେହ
ସହଜା ପବନର ମୋହ
ନିଅଣ୍ଟ ଭାବର କୋହ
ନେଇ ଗୋଟିଏ ଥର l
ମୁଁ ଅନ୍ଧାରକୁ ଭଲପାଏ
ଏକାନ୍ତରେ ଦେହ ଖୋଲି
ଅନ୍ତରଙ୍ଗ କରେ ବୋଲି
ତୁମେ ଏକା ଜାଣିଥିଲି ....
ତୁମେ ଏକା ଜାଣିଥିଲ ....
ତୁମ ବାସ୍ନା ପାଉ ପାଉ
କୁହୁଡିଟା ରଙ୍ଗ ବଦଳାଏ
ଝାପ୍ସା ଝାପ୍ସା ମୁଲାୟାମ ଚାଦରରେ
ଦେହ ଢାଙ୍କିଦିଏ
ହାଲ୍କା ହୁଏ ଜହ୍ନ l
ଲିଭିବାକୁ ମନକରି
ଦିକ୍ ଦିକ୍ ଛପୁଥାଏ
ଇଚ୍ଛା କରେ
ଆମେ ହେଉ ଭିନ୍ନ ॥
ଆଲୁଅର କିବା ମୂଲ୍ୟ
ଅନ୍ଧାର ନ ଥିଲେ
କିଏ ଆଉ ସକାଳକୁ ଭଲ ପାଉଥାନ୍ତା
କାଉ ରାବିଦେଲେ l
ସ୍ଵପ୍ନ ସବୁ ନିଦରେ ନଥାନ୍ତେ
ନିଦ ଆଉ ଦେହରେ ନଥାନ୍ତା
ଗୋଟେ ନିଛାଟିଆ ଜାଗା ଦେଖି
ବୁଲା କୁକୁର ଭଳି
ମୁଣ୍ଡ ଗୁଞ୍ଜିଥାନ୍ତା l
ଜମା ଡର ନାହିଁ
ଆଲୁଅଟା ଶତ୍ରୁ ନୁହଁ
ତୁମ ଆର ପାଖ
ଥୋଇଦେଇ ସବୁତକ ଡର
ତୁମେ ଫେର ମାତ୍ର ଗୋଟିଏ ଥର ॥