Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debendra karjre

Abstract Classics Others

3.4  

Debendra karjre

Abstract Classics Others

ଅକାଳେ ବର୍ଷା

ଅକାଳେ ବର୍ଷା

1 min
188


ପ୍ରଭାତରେ ଉଠି     କି ଦ୍ରୁଶ୍ୟ ଚିନ୍ତା

    ଦେଖିଥିଲା ହାଏ ସତେ 

ସୁନୀଳ ଆକଶ     କି ସୁନ୍ଦର ରବି

    କି ଶୋଭାମୟ ଥିଲା ସତେ   ।


ରବି ଆଲୋକରେ    ସଫା ପରିବେଶ

     ଆନନ୍ଦରେ ଥିଲା ଧରା

ମନ ଉଲ୍ଲାସରେ     ପ୍ରାଣୀମାନେ ସବୁ

      ବୁଲୁଥିଲେ ଦିନ ଭରା     ।


କାହିଁ କେହୁଁ ଆଡୁ     ଅକାଳ ସମୟେ

      ମେଘ ଆସିଗଲା ଧାଇଁ

ଡାଙ୍କି ହୋଇଗଲା     ପୁରା ଆକାଶରେ

      ଅନ୍ଧାର ବୋଳିବା ପାଇଁ    ।


ଅନ୍ଧାର ହୋଇଲା     ଏଇ ଧରା ପ୍ରୁଷ୍ଟେ

       ଆଲୁଅ ଗଲା ଉଭେଇ

ଅକାଳ ସମୟେ       ମେଘ ଖଣ୍ଡ ହେଲା

       ବରଷା ଆସିଲା ଧାଇଁ      ।


ବରଷା ଆସିଲା       ବିଜୁଳି ମାରିଲା

        ଘଡଘଡି ଶବ୍ଦ ହେଲା

ସେହି ଶବଦରେ       ଏହି ମହି ସ୍ଥଳେ

        ବିଚିତ୍ର କମ୍ପନ ହେଲା     ।


ଡରିଯାଇ ସବୁ        ପ୍ରାଣୀ ଜୀବଜନ୍ତୁ

         ଚାଲିଗଲେ ଉଆସ ପାଇଁ

ବରଷା ଚାଲିଲା       ବନ୍ଦ ନ ହେଲା

        ଶେଷ ହେଲା ଦିନ ଯାଇ   ।


ରାତି ପାଇଲା        ବରଷା ରହିଲା

         ପୁଣି ଦିଶିଲା ରବି

ନୂତନ ଦିନରେ       ପ୍ରାଣୀମାନେ ସବୁ

          ବାହାରିଲେ ଛପି ଛପି    ।



Rate this content
Log in

Similar oriya poem from Abstract