STORYMIRROR

Debendra karjre

Classics Others

4  

Debendra karjre

Classics Others

ମୋର ଜୀବନର ବାଟ

ମୋର ଜୀବନର ବାଟ

1 min
741

ଏକା ଏକା ମୁଁ ଏହିି ଜୀବନରେ

   ଚାରୁ ଥଲି ଏକା ନିଜ ବାଟରେ

ନଥିଲେ କେହି ସାଥି ମୋହର

    ଥିଲେ ତ କେବଳ ଆପଣାର ।


ଥିଲେ ତ ମୋର ବାପା ମାଆ

    ଥିଲେ ନିଜର ଭାଇ ଭଉଣୀ

ଦେଉଥିଲେ ମତେ ସ୍ନେହ ଆଶୀର୍ବାଦ

    ଦେଉଥିଲେ ମତେ ଆଦର୍ଶ ବାଣୀ ।


ତାଙ୍କ ଆଶୀର୍ବାଦ ତାଙ୍କ ସ୍ନେହ

     ସଦା ମୋ ଉପରେ ରହିଥାଉ

ତାଙ୍କ ଉପଦେଶେ ତାଙ୍କରି ଆଶିଷେ

     ଏହି ଜୀବନ ମୋ ଧନ୍ୟ ହଉ ।


ଆଉ ଏକ ଥିଲେ ମୋର ଶିକ୍ଷ୍ୟକ

      ତାଙ୍କୁ ନବୁଲିବି ଜୀବନ ଜାକ

ସେ ହେଉଛନ୍ତି ଦ୍ବିତୀୟ ଗୁରୁ

      ଧନ୍ଯବାଦ କରୁଚି ତାଙ୍କୁ ଅନେକ।


ବଲ୍ୟକାଳ ପରେ ହାତ ଧରିଲେ

     ମୋର ସୁଖ ସୁବିଧା ସବୁ ବୁଜିଲେ 

ଟିକେ ବି କଷ୍ଟ ମତେ ନା ଦେଲେ

      ଆଗକୁ ବଢିବା ବାଟ ଦେଖେଇଲେ।


ମୋତେ ଏମିତି ଯୋଗ୍ୟ ବନାଇେଲ

      ସବୁ ସଂକଟର ଉପାୟ ଦେଲେ

ବାଟେ ବାଟେ ମୋର ଇମତ୍ ଭଙ୍ଗିଲେ

      ନ ହାରିବାର ସାନ୍ତ୍ବନା ଦେଲେ।


ଆସୁଥିଲା ଯେତେ କଷ୍ଟ ଯନ୍ତ୍ରଣା

      ଶେଷ ଯାଏଁ ହାତ ନ ଚାଳିଲେ

ସେ ହେଲେ ମୋର ଲକ୍ଷ୍ଯର ସାରଥୀ

      ତାଙ୍କ ବିଶ୍ବାସରେ ମୋ ଜୀବନ ଚାଲେ।


ମାତାପିତା ଆଉ ଶିକ୍ଷକମାନଙ୍କୁ

      ମୋର ଦଣ୍ଡବତ ନମନ ହଉ

ତାଙ୍କରି ଆଶିଷ ଦୟା ବିଶ୍ବାସ

     ସଦା ମୋ ଉପରେ ରହିଥାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics