STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଗରିବ

ଗରିବ

1 min
320

ଲୋକେ ଦେଇଛନ୍ତି ମହୁକା ଆମକୁ

ଏଥର ଆମର ପାଳି

ତମର କାହିଁକି ଦେହକୁ ଯାଉନି

ତୁଛାଟାରେ ଦିଅ ଗାଳି ।

ତୁମେ ଖାଉଥିଲ ଆମେତ ଖାଉଛୁ

କରନାହିଁ ଜମା ପାଟି

ହାତରେ ହାତକୁ ମିଶାଇ ଦିଅହେ

ଦୁନିଆକୁ ଦେବା ଚାଟି ।

ଗରିବଙ୍କ କଥା ଭାବୁଛ କାହିଁକି

ଭୁକୁଥାନ୍ତୁ ଦିନରାତି

ତାଙ୍କ ପାଇଁ କାନ୍ଦି କୁମ୍ଭୀର କାନ୍ଦଣା

ଖାଉଥିବା ତାଙ୍କୁ ଲୁଟି ।

ଦେଶ ବିଦେଶରେ ଗରବରେ ଆମେ

ଗରିବୀ କୁ ଆମ ବିକି

ତାଙ୍କ ପାଇଁ ଆଣି ବିଦେଶୀ ସାହାଯ୍ୟ

ବଢାଇବା ଆମ ପାଣ୍ଠି ।

ବିଦେଶରେ ଆମେ ଧନ ଜମାଇବା

ଲୋକଙ୍କୁ ଗରିବ କରି

ବରଷୁ ବରଷ ବଢାଇ ଚାଲିବା

ବିପିଏଲ୍ କାର୍ଡଧାରୀ ।

ସାତ ପୁରୁଷକୁ ଧନ ସାଇତିବା

ଗରିବ ଢାଳନ୍ତୁ ଲୁହ

ସୁଯୋଗ ମିଳିଛି ବୁଝିବା କାହିଁକି

ଗରିବ ବୁକୁର କୋହ !


Rate this content
Log in

Similar oriya poem from Classics