STORYMIRROR

Debendra karjre

Classics Fantasy

3  

Debendra karjre

Classics Fantasy

ଚାହିଁ ରହିଛି ତୋ ଫେରିବା ବାଟକୁ

ଚାହିଁ ରହିଛି ତୋ ଫେରିବା ବାଟକୁ

1 min
158

 ପ୍ରିୟା ଲୋ ପ୍ରିୟା ଲୋ

  କଥା ଦେଇଥିଲୁ କଥା ରଖିଲୁନି 

        ଫେରିବି କହି ତୁ ପୁଣି ଫେରିଲୁନି

  ମାସ ପରେ ମାସ ସମୟ ବିତିଲା 

         ଋତୁ ପରେ ଋତୁ ସବୁ ବଦଳିଲା

  ସ୍ୱପ୍ନ ରାଇଜ ଗପ ଅଧୁରା ହେଲା

          ରାଜା ରାଣୀ କଥା ଅଧା ରହିଲା

   ରାତି ଚାଲିଗଲା, ସୁରୁଜ ଫେରିଲା

          ଆହାର ଖୋଜା ପକ୍ଷୀ ବସାକୁ ଫେରିଲା

   ସବୁ ଯାଇଥିଲେ, ଫେରି ଆସିଲେଣି

          ତୁ ଏକା ଗଲୁ ପୁଣି ଫେରିଲୁନି

 ପ୍ରିୟା ଲୋ ପ୍ରିୟା ଲୋ ।

    

  ଭାବି ନଥିଲି ତତେ ଏଡେ ସ୍ବାର୍ଥୀ ହେବୁ ବୋଲି

         କଥା ଦେଇ ମୋତେ କାହା ପାଖେ ଗଲୁ ଚାଲି

  ଦେଖିନି କେବେ ମୁଁ ତୋ ପରି ଅବିଶ୍ବାସୀ

         ବିଶ୍ବାସରେ ବିଷ ଦେଇ ଚାଲିଗଲୁ ମୋତେ ଛାଡି

  ତଥାପି ମୁଁ ଆଜି ତୋ ବାଟ ଚାହିଁଛି                          

ତୋ ବିନା ଏ ଜୀବନ ଅଧୁରା ଲାଗୁଛି

    ଫେରିବୁ ବୋଲି ତୁ ମୋ ଜୀବନରେ

             ଟିକିଏ ଆଶା ଆଜି ବି ଅଛି

  ପ୍ରିୟା ଲୋ  ପ୍ରିୟା ଲୋ । 


   କେମିତି ଭୁଲିବି ତୋର ସେହି ଚେହେରା 

          ଯେଉଁ ଚେହେରା ପାଇଁ ଜୀଇଁ ଥିଲି ବିଚରା 

   କେମିତି ଭୁଲିବି ତୋର ମୁରୁକି ହସ

           ଯେଉଁ ହସ ପାଇଁ ଚାଲୁଥିଲା ମୋ ଶ୍ବାସ

    ଭୁଲି ମୁଁ ପାରୁନି ,ସେ ସବୁ ସ୍ମୃତିକୁ

            ଚାଳିଲେ ଚାଳୁନି ସେ ସବୁ ଆଦତ୍ କୁ

       ତୋହରି ବାଟକୁ ଚାହିଁ କି ବସିଛି

                  ଆସିବୁ ତୋ ବୋଲି

   ପ୍ରିୟା ଲୋ ପ୍ରିୟା ଲୋ

   ପ୍ରିୟା ଲୋ ପ୍ରିୟା ଲୋ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics