STORYMIRROR

Debendra karjre

Children

4  

Debendra karjre

Children

ପୁଣି ଇଚ୍ଛାହୁଏ ଯିବାକୁ ପିଲା ଦିନ

ପୁଣି ଇଚ୍ଛାହୁଏ ଯିବାକୁ ପିଲା ଦିନ

1 min
382

କି ଆନନ୍ଦ କି ଉଲ୍ଲାସ ପ୍ରିୟ   

ଥିଲା ମୋର ସେ ଦିନ 

ସବୁଠୁ ସୁନ୍ଦର ସବୁଠୁ ମଧୁର   

ଥିଲା ଆମ ପିଲା ଦିନ ।


    ନଥିଲା କିଛି ଟଙ୍କାର କମି  

              ଚଳୁଥିଲା କମ୍ ଟଙ୍କାରେ କେତେ ଦିନ

    ଏକ ଚକଲେଟ ରେ ମନଖୁସ 

              ବାପାର ବାଇକରେ ବସିଲେ ଦିଲଖୁସ୍

     ନଥିଲା କିଛି ବଡ ଇଚ୍ଛା 

                ନଥିଲା ଆଉ ବହୁତ ଆଶା

      କି ମଜା ଥିଲା ସେଇ ଦିନ

                କାସ୍ ପୁଣି ଆସିଥାନ୍ତା ସେ ପିଲାଦିନ 

      

   ନଥିଲା କିଛି ଘରର ଟେନସନ

                 ପରକ ପଡୁ ନଥିଲା କା ଇମୋସନ

   ଆମେ ଥିଲେ ଆମ ନିଜ ବାଟରେ

          ସାଙ୍ଗ ସାଥିରେ ସାଇକେଲ ଚଲେଇବାରେ

   ବୁଲି ଯାଉଥିଲେ ଗଡିଗଡିରେ

              ବିତୁଥିଲା ସମୟ କେଳ କୁଦରେ

    ବହୁତ ମନେପଡେ ସେ ପିଲାଦିନ

         ହୋଇଥିଲା ପୁଣି ବିତାଇ ଥାନ୍ତି ସେ ଜୀବନ

     

   ମନ ମଉଜେ ଯାଉଥିଲେ ସ୍କୁଲକୁ 

             ଚକଲେଟ୍ ବିସ୍କୁଟ ମିଶି ବାଣ୍ଟିଲେ ସବୁକୁ

   ହସୁଥିଲେ ବୁଲୁଥିଲେ ସାଥିରେ

                ଟିପିନ ଖାଉଥିଲେ ମିଳିମିଶି ସାଥିରେ

   ଭୁଲ କରୁଥିଲେ ମାଡ ଖାଉଥିଲେ 

                 ପରେ ମିଶି ସଵୁ ସାଥିରେ ହସୁଥିଲେ

   କାହିଁ ଆଉ ସେ ଦିନର କଥା 

              ବହୁତ ମନେପଡେ ପିଲା ଦିନର କଥା

   ପୁଣି ଇଚ୍ଛା ହୁଏ ସେପରି କରିବାକୁ 

               ପୁଣି ଇଚ୍ଛା ହୁଏ ସେ ସମୟ କାଟିବାକୁ

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children