STORYMIRROR

Bauribandhu Lenka

Inspirational

4.9  

Bauribandhu Lenka

Inspirational

ଫଗୁଣ ଫେରିଛି

ଫଗୁଣ ଫେରିଛି

1 min
13.4K


ଅନନ୍ତ ଶୂନ୍ୟତାର

ଆକାଶ ମୁଁ ଥିଲି

ପୂର୍ଣ୍ଣକଲା ମୋ ଶୂନ୍ୟତା

ତୁମ ସେ ନୀଳିମା।

ରୂପ ଦେଲ ରଙ୍ଗ ଦେଲ

ଆଙ୍କିଦେଲ ମୋ ବକ୍ଷରେ

ଅନେକ ଅକ୍ଷାଂଶ ଆଉ

ଅନେକ ଦ୍ରାଘିମା॥


ଏ ଜୀବନ ମରୁପଥେ

ଚାଲି ଚାଲି ନିରାଶାର ବାଲି

ଥିଲି କ୍ଳାନ୍ତ, ଥିଲି ମୁଁ ଉଦାସ।

ଜଗାଇଲ ତନୁମନେ

ଅପୂର୍ବ ପୁଲକ ତୁମେ

ସିଞ୍ଚି ତୁମ ପ୍ରୀତିର ପୀୟୂଷ॥

ତୁମର ସେ ପ୍ରଥମ ସ୍ପର୍ଶ

ଅନୁଭବ ଦେଲା ମତେ

ଫଗୁଣର ପହିଲି ପରଶ।

ଆଙ୍କିଦେଲ ସପ୍ତରଙ୍ଗେ ଇନ୍ଦ୍ରଧନୁ

ଝଲସାଇ ମୋ ମନ ଆକାଶ॥


ତୁମର ସେ କୁରଙ୍ଗୀ ନୟନ,

ସ୍ନିଗ୍ଧ ଗୌର ଅପଘନ

ଆଗଣ୍ଡ ଅଳକ ,ଚାରୁ କୃଷ୍ଣ କେଶ,

ବିମ୍ବଓଷ୍ଠ, ଝିନ ବାସ

ମୋହିନେଲା ମନ ମୋର।

ଛାଡ଼ିଦେଇ ଅତୀତକୁ ଅତୀତରେ

ଭିଜିଗଲି ତୁମ ପ୍ରେମେ

ହୋଇଗଲି ଚିରଦିନ ପାଇଁ ମୁଁ ତୁମର

ଚିରଦିନ ପାଇଁ ମୁଁ ତୁମର॥

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational