STORYMIRROR

Satyanarayan Sahoo

Abstract Tragedy

3  

Satyanarayan Sahoo

Abstract Tragedy

ଶହୀଦ ଜବାନଙ୍କ ଶ୍ରଦ୍ଧାଞ୍ଜଳି

ଶହୀଦ ଜବାନଙ୍କ ଶ୍ରଦ୍ଧାଞ୍ଜଳି

1 min
167


କି ଦୁର୍ଯୋଗେ ଗଲ ଆହା କି କୁ କ୍ଷଣେ 

ସାଥେ ଚଉଦ ସୈନିକ

ଘେନି ବ୍ୟୋମ ଯାନେ ତୁମ୍ଭର ଗମନେ 

ମାତ୍ର କାହୁଁ ଅଚାନକ ।।


ଦୁର୍ଘଟଣା ଘଟି ହାରିଲ ଜୀବନ 

ଆହା କି ଦୁଃଖଦ ତାହା

ଦେଶ ମାତୂକାର ସେବାରେ ଯା' ଚିର

ରତ ଥିଲ ତୁମ୍ଭେ ଆହା ।।


ତୁମ୍ଭର ନିଧନେ ଶୋକରେ ଭାସୁଛି

ସାରାଦେଶ ଶୋକାତୁର

ଜନତା ସକଳେ ଭାଳି ତୁମ୍ଭ କୀର୍ତ୍ତି

ଗଉରବ ନିରନ୍ତର ।।


ଧନ୍ୟ ଆହେ ବୀର ଧନ୍ୟ ହେ ଅମର 

ଶହୀଦ ବୀପିନ ତୁମେ 

ନିରନ୍ତର ରତ ରହିଥିଲ ତୁମେ 

ସଂଗ୍ରାମେ ଶୌର୍ଯ୍ୟ ନିପୁଣେ ।।


ମାତ୍ର ନିୟତିର ନିଷ୍ଠୁର  ପୀଡନେ

ଘେନିଲ ତୁମେ ବିଦାୟ

ତୁମ୍ଭ ବିୟୋଗରେ ଜାତୀୟ ପ୍ରାଣରେ 

ଦୁଃଖ ଭାରା ଦୁର୍ବିସହ ।।


ହେ ମହା ମନିଷୀ ବିପୀନ ରାବତ

ଆହେ ସଂଗ୍ରାମୀ ବୀର 

ଶ୍ରଦ୍ଧାଞ୍ଜଳୀ ଘେନ ହେ ବୀର ଜବାନ

ଆଜି ଜାତୀୟ ପ୍ରାଣର ।।


ଅନ୍ତର ରୁ ଢାଳି ଭକ୍ତି ନଇବେଦ୍ୟ

ଭାବର ସୁମନ ଭାରେ 

ଶରଧା ସୁମନ କରଇ ଅର୍ପଣ

ଗ୍ରହଣ କର ଆଦରେ ।।


ହେ ବୀର ପ୍ରତାପ ଅରି ପରନ୍ତପ

ଘେନ ଜାତି ଶ୍ରଦ୍ଧାଞ୍ଜଳୀ 

ଶହୀଦ ହୋଇଲ ଅକାଳ ରେ ତୁମେ 

ମର ଭବ ତ୍ୟାଗ କରି ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract