Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Romance

2.5  

Bikesh Sahu

Romance

ଯଦି ତୁମେ ଆସିବ

ଯଦି ତୁମେ ଆସିବ

1 min
295


ତୁମେ ବସନ୍ତ ହୋଇ ଆସିବନା ଝାଞ୍ଜି ହୋଇ

ତୁମେ ଶ୍ରାବଣ ହୋଇ ଆସିବନା ଶୀତ ହୋଇ

ମୁଁ ତ ଜାଣିନି ତୁମେ କେଉଁ ରୂପରେ ଆସିବ

ହେଲେ ତୁମେ ଆସିବ

ସେତିକି ତ ମୋ ପାଇଁ ଯଥେଷ୍ଟ ।

ଯଦି ଆସିବ ତୁମେ ଶ୍ରାବଣ ହୋଇ

ଭିଜିବାକୁ ତ ମୁଁ ପ୍ରସ୍ତୁତ

ଆଉ ଯଦି ଆସିବ ତୁମେ ଝାଞ୍ଜି ହୋଇ

ସହି ଯିବି ଭାବି ଅଝଟ

ତୁମେ ଶୀତ ହେଲେ ବି ସହିଯିବି ମୁଁ

ଏମିତି ତ ଜଣେ ପ୍ରେମିକ

ତୁମେ ବସନ୍ତ ହୋଇ ଆସିଲେ ଗୋ ପ୍ରିୟା

ସାଜି ଯିବି ମୁଁ କୋକିଳ

ପାଛୋଟି ନେବି ମୋ ଏଇ ହୃଦୟକୁ

ଯଦି ତୁମେ ଆସିବ

ସେତିକି ତ ମୋ ପାଇଁ ଯଥେଷ୍ଟ ।।


Rate this content
Log in

Similar oriya poem from Romance