Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Comedy

2  

Pramit Mohapatra

Comedy

ହାଏରେ ମୋ' ପାାୱାର୍ ଚଷମା-୧୫

ହାଏରେ ମୋ' ପାାୱାର୍ ଚଷମା-୧୫

1 min
6.7K


ପାନ ବଟୁଆ ମୁଁ ପାଖରେ ଧରି,

ଦୋକାନେ ବସଇ ଚଉକି ମାଡ଼ି,

*ମାଉସ୍-କି ବୋର୍ଡ* ରଗଡ଼େ ଯେତେ,

ପୁଡ଼ିଆ ପଡ଼ଇ ପାଟିରେ ସେତେ।

ନାଲି ମୋର ଓଠ, *'କଲଗେଟ୍'* ଦାନ୍ତ,

ନାଲି ନାଲି ଦିଶେ ବାହାର କାନ୍ଥ,

ପଞ୍ଚ-ଚାଳିଶରେ ହେଲି ପାକୁଆ,

ଜିନ୍ଦାବାଦ୍ ତୁ *ଡିଲକ୍ସ* ପୁଡ଼ିଆ।

*ପାୱାର-କଟିଙ୍ଗି* ତୁହାକୁ ତୁହା,

କାମରେ ମୋହର ଲାଗିଲା ନିଆଁ,

ସୁମରିଲି ମୁଁ *ସ୍ପେସାଲ୍* ପୁଡ଼ିଆ,

ପାଟିରେ ପକାଇ ହେଲି ଛାନିଆ,

ଅଜବ ସେ ସ୍ବାଦ ଗୋଳମାଳିଆ,

ଲାଗେରେ ଭାରି ସେ ଅସମ୍ଭାଳିଆ।

ହାଏରେ ପାୱାର୍ ଚଷମା ମୋର,

କାହିଁ ତୁ ପକାଉ ପଥରେ ଗାର,

ପୁଡ଼ିଆରେ ଦେଲି ସପ୍ରେମେ ଦଳି,

*ଫେବିକଲ୍*କୁ ମୁଁ *ଚୁନ* ଭାବିଲି......


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in

Similar oriya poem from Comedy