STORYMIRROR

Pramit Mohapatra

Comedy Others

3  

Pramit Mohapatra

Comedy Others

ହାଏରେ ମୋ ପାୱାର ଚଷମା - ୧୯

ହାଏରେ ମୋ ପାୱାର ଚଷମା - ୧୯

1 min
13.4K


ବୁଢ଼ା ବୟସରେ ସାଜିଛି ବର

ହୋଇବ ଆଜି ମୋ ବାହା ଘର,

ଦେହେ ସେରୱାନୀ ମୁଣ୍ଡେ ପଗଡ଼ି,

ବରପାଟି ନାଇ ନିଶକୁ ମୋଡ଼ି,

ଚାଲି ସତେ ମୋର ରାଜାର ପୁଅ

ଅଟକାଇ ଦେଇ ବୟସ ସୁଅ।

ଆଣ୍ଠୁ, ଗଣ୍ଠି ବାତ ଗଲା ଉଭେଇ,

ଏତେ ଶାଳୀ ଦେଖି ମନ ମୋ ବାଇ,

ସଭିଙ୍କ ମନକୁ ଜିଣେ ମୋ ବେଶ,

କଲର କରିଛି ମୋ ପକ୍ଵ କେଶ।

କଳା ଚଷମାର କଳା ପରଦା

ପ୍ରେମ ସଲୀଳରେ ଆଖି ମୋ ଓଦା

ପରଦା ଭିତରୁ ଦେଖି ମୁଁ ଖୁସି

ଶାଳୀ ପରି ଦିଶେ ଶୋଭା ମାଉସୀ।

ବାହା ଘର ସାରି ହେଲୁ ଜୁହାର

ଟଙ୍କାରେ ଭରିଲା ପକେଟ ମୋର,

ଶାଶୁ ଭାବି ଭାଇ ଜୁହାର ହେଲି,

ଆରେ.......ଆରେ......ଆରେ......

ଶାଶୁ ନୁହେଁ ଥିଲା ସେ ବଡ ଶାଳୀ।

ହାଏରେ ପାୱାର ଚଷମା ମୋର,

ତୋ ବିନା ଜୀବନ ହେବ ବେକାର,

ଦରବୁଢ଼ା ବେଳୁ ହୋଇ ତୁ ସାହା,

ଦେଖାଇ ଅଛୁରେ ଜୀବନ ରାହା,

କଳା ଚଷମାକୁ ଦେଲି ମୁଁ ଫିଙ୍ଗି

ତୋ ବିନା ମଜା ମୋ ଗଲାରେ ଭାଙ୍ଗି।

ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in

Similar oriya poem from Comedy