ହାଏରେ ମୋ’ ପାୱାର ଚଷମା – ୧୮
ହାଏରେ ମୋ’ ପାୱାର ଚଷମା – ୧୮
ଭଡ଼ା ଘରଟିଏ ମୋ’ ଘର ଆଗେ
ଚାହେଁ ମୁଁ ନିତି ଯେ ବଡ ସରାଗେ ।
ଗୋରା ସେ ଚେହେରା ଚଷମା କଳା
ଚାହାଣି ସେଇ ତ ସେନେହ ବୋଳା ।
ସ୍କୁଟି ଚଢି ଯେବେ ଯାଏ ବଜାର,
ଟିକେ ଚାହିଁ ଦିଏ ଦୋକାନ ମୋର ।
ତାକୁ ଦେଖି ମୁଣ୍ଡେ କଳା ଲଗାଇ,
ସଜବାଜ ହୋଇ ନିତି ବସଇ।
କବାଟ ଫାଙ୍କରୁ ଆଖିକୁ ମେଲି
ଚାହୁଁଛି କି ମୋତେ ସାମନା ବାଲି,
ଦିନେ ହାତ ଥଋ କହିଲି ହେଲୋ,
ପର ସମୟରେ ଫାଟିଲା ଢୋଲ ।
ଏ ବୁଢା ବୟସେ ରଙ୍ଗିଲା ଏତେ,
ଝିଅଙ୍କ ରାଗ ତୁ ଜାଣିନୁ କେତେ ।
ମୋତେ କିରେ ଭାବୁ ମିଳେଣି ଟୋକା
ତୋତେ ଭଲ ପାଇ ବନିବି ବୋକା ।
ତୋତେ ନ ଚାହେଁରେ ଦିନେ ମୁଁ କେବେ,
ପୁରା ଗିଳୁ ମୁଁ ଯେ ବାହାରେ ଯେବେ ।
ଧୋକା ଖାଏ କି ରେ ତୋର ନଜର,
ଅବିଳମ୍ବେ ବଢା କାଚ ପାୱାର ।
ହଏରେ ମୋହର ଫଟା କପାଳ,
ଦାଉ ସାଧୁ ଦେଖି ତୁ ବେଳ କାଳ।
ଗୋଲାପ, ମଲ୍ଲି ଯେ ମଧୁମାଳତୀ,
ଫୁଲ ଭାବିଥିଲି କେତେ ଯେ ଜାତି
ବୃଥା ହେଲା ସବୁ ମୋ କରାମତି,
ଶେଷରେ ପାଇଲି ମୁଁ ବିଛୁଆତି ।
ହାଏ ରେ ପାୱାର ଚଷମା ମୋର,
କାହିଁ ଦାଉ ସାଧୁ ତୁ ବାର ବାର ।
ମୁନ୍ନା ମହାପାତ୍ର, ଗୁଣପୁର