STORYMIRROR

Pramit Mohapatra

Others

3  

Pramit Mohapatra

Others

ହାଏରେ ଶୀତ

ହାଏରେ ଶୀତ

1 min
195



କାହିଁ ଗଲା ତୋ’ର ପୁରୁଣା ସେ ରୂପ

ନାହିଁ ଶୀତ କି କାକର,

ଗତ ଦିନେ ପରା ତୋହରି ପ୍ରକୋପେ

କଂପୁଥିଲି ଥର ଥର।

ବାର ବିତୁଥିଲା ତୋତେ ଡରି ପରା

ରହୁଥିଲି ଅଗାଧୁଆ,

ତୋର ପ୍ରକୋପରୁ ମିଳୁଥିଲା ତ୍ରାହି

ସେକି ହେଉଥିଲେ ନିଆଁ।

ଇଞ୍ଚେ ବହଳର ମାଟି ଜମେ ଦେହେ

ତାକୁ କିଏରେ ପଚାରେ,

ଜିନ ପ୍ୟାଣ୍ଟ୍ ପିନ୍ଧି କଳା ଚଷମାରେ

ଷ୍ଟାଇଲ ମାରେ ବଜାରେ।

_________________

ଆସୁ ଖରା ଦିନ, ସୂର୍ଯ୍ୟଙ୍କ ପ୍ରକୋପ

କେତେ ସହିବୁରେ ଭାଇ,

ଅଗାଧୁଆ ହୋଇ ଜମିଥିବା ମାଟି

ଝାଳ ନେବଟିରେ ଧୋଇ।

ତ୍ରାହି ଡାକ ଦେଇ ଶୀତକୁ ସ୍ମରିବୁ

ଶୀତ ଯାଇଥିବ ସରି,

ଦୋହଲାଇ ଦେବ ମନ ପ୍ରାଣ ଖରା

ଶୀତେ ହେଉଥିବୁ ଝୁରି।

ମୁନ୍ନା ମହାପାତ୍ର

ଗୁଣପୁର


Rate this content
Log in