STORYMIRROR

Pramit Mohapatra

Others

2  

Pramit Mohapatra

Others

ଶୀତ ଯାଇଅଛି ସରି

ଶୀତ ଯାଇଅଛି ସରି

1 min
13.4K


ସୂର୍ଯ୍ୟ ଢାଳୁଛନ୍ତି ପ୍ରଚଣ୍ଡ ସେ ତାପ

ଶୀତ ଯାଇଅଛି ସରି,

ତତଲା କରେଇ ଲାଗେ ଧରା ଭୁଇଁ

ସ୍ବେଦ ଯାଏ ଦେହେ ଭରି।

ଜଳଛତ୍ର ଦିଶେ ପ୍ରତି ସେ ଛକରେ

ନସରେ ମାଠିଆ ପାଣି,

ଆଇସ କ୍ରିମ ପାର୍ଲର-ଜୁସ ଦୋକାନେ ସେ

ଲୋକଙ୍କ ଅଜବ ଠାଣି।

କନା ଢାଙ୍କି ମୁଖେ, ସ୍କୁଟିରେ ଆସନ୍ତି

ମଇପି ସେ ଦଳ ଦଳ,

ବେକାର ଟୋକେ କାହିଁ ଯେ ଗିଳୁଛ

ଅପଲକ ବଲ ବଲ।

ଘରରୁ ଦୋକାନ ଅଫିସ ସିନେମା

ସବୁତ ଏ.ସି.ର ମଜା,

ନିଜ ସିଂହାସନେ ଢୋଳାଇ କହେ ମୁଁ

ମୁଁ ପରା ଅଫିସ ରାଜା।

ବରଷା-ଶୀତକୁ ସୁଖେ ସହିଯାଅ

ଗ୍ରୀଷ୍ମକୁ କର ସ୍ଵାଗତ,

ଛଅଟି ଋତୁର ତିନି ରୂପ ଲାଗି

ଧନ୍ୟ ଆଜି ଏ ମରତ।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in