STORYMIRROR

Pramit Mohapatra

Others

2  

Pramit Mohapatra

Others

ତୋତେ ଝୁରେ ଏଇ ଦିନେ

ତୋତେ ଝୁରେ ଏଇ ଦିନେ

1 min
14K


କେତେ ସୁଖ ଦେଇ, ଦଗା ଦେଇ ଗଲୁ

ହେଲୁ ତୁ କେଣେ ଉଭାନ,

ଗ୍ରୀଷ୍ମର ତପକୁ ସମ୍ଭାଳି ନପାରି

ଝୁରେ ତୋତେ ଆଜି ମନ।

ତୋର ପ୍ରଭାତରେ ଚଞ୍ଚଳ ସହର

ଚଞ୍ଚଳ ସାରା ଦୁନିଆ,

ଆଠ-ଦଶ ଦିନ ପ୍ରକୋପକୁ ଡରି

କେତେ ଥିଲି ଅଗାଧୁଆ।

ନଈର ପାଣିକୁ ଦେଖି ଲାଗେ ଭୟ

ଓହ୍ଲାଇବା ଥାଉ ଦୂରେ,

ଗ୍ରୀଷ୍ମର ପ୍ରକୋପ ଅସହ୍ୟ ଏତେ ରେ

ମନ ଆଜି ତୋତେ ଝୁରେ।

ଆରମ୍ଭ ମାତ୍ର ଏ' ଅଗ୍ନିର ବରଷା

ଅଛି ପୁଣି କେତେ ଦିନ,

ସ୍ଵଳ୍ପ ସମୟର ଖୁସି ଦେଇ କାହିଁ

ହେଲୁ ତୁ ରେ ଅନ୍ତର୍ଦ୍ଧାନ।

ହାଏରେ ତୁ ଶୀତ ଦିନ।

ମୁନ୍ନା ମହାପାତ୍ର, ଗୁଣପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍